ଦେହ ପାଇଁ ଭଲ ଜାମୁକୋଳି ମଞ୍ଜି

ଜାମୁକୋଳି ଖାଇବାକୁ ଯେତିକି ଭଲ ଲାଗେ ଏଥିରେ ଭିଟାମିନ୍ ବି ବହୁ ମାତ୍ରାରେ ଭରି ରହିଛି।ଜାମୁକୋଳି ସମସ୍ତେ ଖାଇବାକୁ ଭଲପାଉଥିବା ବେଳେ କୋଳି ଖାଇ ସାରିବା ପରେ କିନ୍ତୁ ଆମେ ସମସ୍ତେ ଏହାର ମଞ୍ଜିକୁ ଫୋପାଡି ଦେଉ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯାହାକୁ ଅଲୋଡ଼ା ଭାବି ଆମେ ଫୋପାଡ଼ି ଦେଉ ସେହି ମଞ୍ଜିରେ ଥାଏ ଅନେକ ଔଷଧୀୟ ଗୁଣ ।

ଜାମୁକୋଳି ପରି ଏହାର ମଞ୍ଜି ମଧ୍ୟ ପୋଷକ ତତ୍ତ୍ବରେ ଭରପୂର ହୋଇ ରହିଥାଏ। ଏହି ମଞ୍ଜିର ପାଉଡର ଡାଇବେଟିସ୍ ଏବଂ ବ୍ଲଡ୍ ପ୍ରେସର ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ପ୍ରତିଦିନ ଏହି ପାଉଡର ଖାଇବା ଦ୍ବାରା ପାଚନ ଏବଂ ମେଟାବୋଲିଜିମ୍ ଠିକ୍ ରହେ। ଜାମୁକୋଳି ମଞ୍ଜିର ପାଉଡର ଲିଭର୍ ଏବଂ ହାର୍ଟକୁ ସୁସ୍ଥ ରଖେ। ଡାଏବେଟିସ୍ ରୋଗୀଙ୍କ ପାଇଁ ଜାମୁକୋଳି ସହ ଏହାର ମଞ୍ଜିରୁ ପ୍ରସ୍ତୁତ ପାଉଡର୍ ଭାରି ଲାଭ ଦାୟକ। ଏହାର ପାଉଡର୍ ଶରୀରରେ ଇନସୁଲିନର ସ୍ତର ବଢ଼ାଇବାରେ ସାହାଯ୍ୟ କରେ।ଶରୀରରେ ବର୍ଦ୍ଧିତ ଓଜନକୁ ମଧ୍ୟ ନିୟନ୍ତ୍ରଣ କରେ ଜାମକୋଳି ମଞ୍ଜିର ପାଉଡର। ଯଦି ଆପଣ ସକାଳୁ ସକାଳୁ ଏହି ପାଉଡରକୁ ଖାଉଛନ୍ତି ତା’ହେଲେ କିଛି ଦିନ ମଧ୍ୟରେ ଓଜନ କମିପାରେ ।