ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ୨୦୨୬ ଫଳାଫଳ ଏବଂ ଶପଥ ଗ୍ରହଣ ଉତ୍ସବ

ଆସିକା(ସାକ୍‌ସୀ ନ୍ୟୁଜ୍‌): ଦୀର୍ଘ ଆଠ ବର୍ଷର ଲମ୍ବା ଅବଧି ପରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ହରପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏବଂ ଛାତ୍ର ସଂସଦର ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ନନ୍ଦିତା ଦାଶଙ୍କ ମାର୍ଗଦର୍ଶନରେ ଛାତ୍ର ସଂସଦ ନିର୍ବାଚନ, ୨୦୨୬ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଅଚିରେ ସମ୍ପୂର୍ଣ୍ଣ ହୋଇଯାଇଛି। ପ୍ରଶାସନିକ ଅଧିକାରୀ ଡ. ଅଭୟ କୁମାର ପରିଚ୍ଛା ପଟ୍ଟନାୟକ, ପ୍ରାକ୍ତନ ଅଧ୍ୟକ୍ଷ ରିଡର୍ ବିଭୂତି ଭୂଷଣ ବେବର୍ତ୍ତାଙ୍କ ସାଂଗଠନିକ ଭୂମିକା ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କ ଦଳୀୟ ଉତ୍ସାହ ଓ ଉଦ୍ଦୀପନା ଦ୍ୱାରା ଏହି ପ୍ରକ୍ରିୟାରେ କୌଣସି ପ୍ରକାରର ଅବରୋଧ, ଛାତ୍ର ଉତ୍ତେଜନା ଏବଂ ତ୍ରୁଟି ନ ରହି ଅତି ସୁନ୍ଦର ଭାବେ ସମାହିତ ହୋଇଯାଇଛି।

ସମସ୍ତ ପଦବୀର ଦ୍ୱିପାକ୍ଷିକ ପ୍ରତିଦ୍ୱନ୍ଦିତା ମଧ୍ୟରେ ଏକମାତ୍ର ବାଣିଜ୍ୟ ଛାତ୍ର ସମାଜ ସଚିବ ଏ.ରୁଦ୍ର ମାଧବ ପାତ୍ର ବ୍ୟତୀତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମନୋନୀତ ଅନ୍ୟ ସମସ୍ତ ଦଶ ଜଣ ଛାତ୍ର ପ୍ରତିନିଧି ବିଜୟୀ ଲାଭ କରିପାରିଛନ୍ତି। ବିଜୟୀ ଘୋଷିତ ହୋଇଥିବା ଛାତ୍ର ସଂସଦ ପ୍ରତିନିଧି ମାନଙ୍କ ମଧ୍ୟରେ ଅଛନ୍ତି ସଭାପତି ପ୍ରିୟବ୍ରତ ଦାଶ, ଉପସଭାପତି କେ. ଶିବରାମ ପାତ୍ର, ସଚିବ ପାୟଲ ନାହାକ, ସହ- ସଚିବ ସାଇରାମ ଜେନା, କ୍ରୀଡ଼ା ସଚିବ ଚନ୍ଦନ ଗୌଡ଼, ନାଟ୍ୟ ସମାଜ ସଚିବ ଦୀପକ ବାଡ଼ତ୍ୟା, ବାଳକ ସାଧାରଣ ପ୍ରକୋଷ୍ଠ ସଚିବ ଋଷି ପ୍ରଧାନ, ବାଳିକା ସାଧାରଣ ପ୍ରକୋଷ୍ଠ ସଚିବ ନୈନା ବାଡ଼ତ୍ୟା, ମାନବିକତା ସମାଜ ସଚିବ ଚିରଞ୍ଜିବୀ ମହାନ୍ତି ଏବଂ ବିଜ୍ଞାନ ସମାଜ ସଚିବ ତେଜସ୍ଵୀନି ପ୍ରଧାନ। ସମସ୍ତ ବିଜୟୀ ପାର୍ଥିଙ୍କୁ ଆଜି ତା ୧୬.୧୦.୨୬ ରିଖ ଏଭି ହାଲ ପ୍ରକୋଷ୍ଠରେ ଆନୁଷ୍ଠାନିକ ଏବଂ ସାମ୍ବିଧାନିକ ରୂପେ ଶପଥ ପାଠ କରାଯାଇଛି ।

ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କଳ୍ପେ ବିଜୟୀ ପାର୍ଥୀଙ୍କୁ ନିୟୋଜିତ କରିବା ପାଇଁ ମଧ୍ୟ ଶପଥ ପାଠ କରାଯାଇଥିଲା। କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ସକ୍ରିୟ ଭୂମିକା ସମ୍ପାଦିତ କରିଛନ୍ତି ଛାତ୍ର ନିର୍ବାଚନ କମିଟିର ସଦସ୍ୟ ବୃନ୍ଦ ଏଲ୍. ଭାନୁ ଚନ୍ଦ୍ର ରାଓ, ଶୁଭେନ୍ଦୁ କୁମାର ରଥ, ଜିନିତ୍ ସବା, ହୀମ୍ସ୍ ପୋର୍ଟାଲ ସଦସ୍ୟ ପ୍ରିୟବ୍ରତ ପ୍ରଧାନ ଓ ଦେବାଶିଷ ସାହୁ, ଅଧ୍ୟାପିକା, ଅଧ୍ୟାପକ, ପ୍ରୟୋଗଶାଳା ସହାୟକ କର୍ମଚାରୀ ବୃନ୍ଦ, ସରୋଜ କୁମାର ପଣ୍ଡା, ରାଜେଶ୍ କୁମାର ସାହୁ, ବିଭୁକଲ୍ୟାଣ ପଣ୍ଡା, ଦୟାନିଧି ବଡରଇତ, ସାରଥୀ ଗୋମାଙ୍ଗୋ, ସ୍ଵପ୍ନିତ୍ ପ୍ରଧାନ, ଚିତ୍ରସେନ ବେହେରା, ଗୌତମ ମାଝୀ, ଓମ କୁମାର ସରାଫ, ଅଶୋକ କୁମାର ସାହୁ, ମଞ୍ଜୁ ଡାକୁଆ, ଇ. ରେଶମାରାଣୀ ପାତ୍ର, ମିନତି ବେହେରା, ମାଧୁରୀ ହେମ୍ବ୍ରମ୍, ରଶ୍ମି ପ୍ରୀୟା କାଲୋ, କୁନୀକା ଦାଶ,ଏମ୍.ଏମ୍. ମହାନ୍ତି, କୃଷ୍ଣ ଚନ୍ଦ୍ର ପାତ୍ର, ଗଣେଶ୍ୱର ପ୍ରଧାନ, ଧନଞ୍ଜୟ ମହାପାତ୍ର, ସନାତନ ପାଢ଼ୀ, ସବିତା ପାଢ଼ୀ, ପିଙ୍କୁ ବିଷୋୟୀ, ମାନସ ରଞ୍ଜନ ଗୌଡ, ଜିତେନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଡାକୁଆ, ଶତ୍ରୁଘ୍ନ ଗୌଡ଼, ଟୀଟୁ ବେହେରା, ଅମିତ୍ କୁମାର ପୋଲାଇ, ସନ୍ତୋଷ କୁମାର ମହାରଣା ଓ ଲେଙ୍କା, ଅନିଲ ମଲ୍ଲିକ, ପ୍ରଶାନ୍ତ କୁମାର ମହାନ୍ତି, ଭାଗ୍ୟଲତା ପାଣିଗ୍ରାହୀ, ଶିବରାମ ନାହାକ, ବସନ୍ତ କୁମାର ନାଇକ, ଗଗନ ନାଇକ ଓ ଲୋକନାଥ ନାଇକ।