ଡକାୟତି ଯୋଜନା ପଣ୍ଡ, ଭଞ୍ଜନଗର ପୋଲିସକୁ ବଡ଼ ସଫଳତା

୪ ଅଭିଯୁକ୍ତ ଗିରଫ…

ଗଞ୍ଜାମ(ସାକ୍‌ସୀ ନ୍ୟୁଜ୍‌): ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଭଞ୍ଜନଗର ଥାନା ଅନ୍ତର୍ଗତ ଜାମପଲ୍ଲୀ ରୋଡ୍‌ସ୍ଥିତ ଶ୍ରୀରାମ ନଗର ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ସମୟରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ଚୋରି ଅଳଙ୍କାର ସମେତ ବାଇକ୍‌ ଓ କାର୍‌ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଡକାୟତି ମାମଲା ଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଭଞ୍ଜନଗରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସ୍‌ପି) ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗଂଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ  ।