ବରଗଡ(ସାକ୍ସୀ ନ୍ୟୁଜ୍): ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁଁ ବରଗଡ଼ ଜିଲ୍ଲାରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ଧାନ ଅମଳ ସମୟ ପାଖେଇ ଆସୁଥିବା ବେଳେ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି।ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଯୋଗୁଁ ପାଚିଲା ଧାନ ଗଛ ଜମିରେ ଶୋଇପଡ଼ିଛି। ଏହାସହ ଜମିରେ ପାଣି ଜମି ରହିବା ଯୋଗୁଁ ଧାନ ଅମଳରେ ବାଧା ସୃଷ୍ଟି ହେବା ସହ ଧାନର ମାନ ଓ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି।ଏପରି ପରିସ୍ଥିତିରେ ଚାଷୀଙ୍କ ବର୍ଷକର ପରିଶ୍ରମ ଓ ଆଶା ଉପରେ ପ୍ରକୃତିର ଦାଉ ଦେଖାଦେଇଛି। କ୍ଷତିଗ୍ରସ୍ତ ଚାଷଜମିର ତୁରନ୍ତ ସରଜମିନ ତଦନ୍ତ କରି କ୍ଷୟକ୍ଷତି ଆକଳନ କରିବା ସହ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଫସଲ ବୀମା ସହାୟତା ଯୋଗାଇଦେବାକୁ ଦାବି ହେଉଛି ।