ହିଞ୍ଜିଳିରେ ପହଞ୍ଚିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ବନ୍ୟା କ୍ଷୟକ୍ଷତିର କଲେ ସମୀକ୍ଷା…

(ସାକ୍‌ସୀ ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ଗସ୍ତରେ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ। ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତ ଲୋକଙ୍କୁ ଭେଟିବା ଏବଂ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ହିଞ୍ଜିଳି ସମେତ ଶେରଗଡ଼, ଆସିକା ଓ ସୋରଡ଼ା ଅଞ୍ଚଳରେ ବନ୍ୟା ପ୍ରଭାବିତ ପରିବାର ଓ ଚାଷୀଙ୍କ ସହ ଆଲୋଚନା କରିବା ସହ ରିଲିଫ୍‌, ପୁନରୁଦ୍ଧାର ଓ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଗଂଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ  ।