ଓଡିଶାକୁ ମାଡ଼ି ଆସୁଛି ବାତ୍ୟା ‘ଅକ୍‌ଭାନ୍’

ବାତ୍ୟା ‘ଅକ୍‌ଭାନ୍’ ଓଡ଼ିଶାରେ ମାଡ଼ ହେବ। ଆନ୍ଧ୍ରର ନରସାପୁର ଓ ପୁରୀ ଭିତରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ଅକଭାନ୍‌’। ସମ୍ଭବତଃ ଗୋପାଳପୁର ପାଖରେ ସ୍ଥଳଭାଗ ଛୁଇଁପାରେ। ଲ୍ୟାଣ୍ଡଫଲ ବେଳେ ୯୦ରୁ ୧୦୦ କିମି ବେଗରେ ପବନ ବହିବ। ପରେ ପବନର ବେଗ ୭୦ରୁ ୮୦ କିମିକୁ ଖସିଯିବ। କିନ୍ତୁ ଓଡ଼ିିଶାରେ ନିର୍ଧୁମ ବର୍ଷା ହେବ । କିଛି ସ୍ଥାନରେ ୨୦୦ରୁ ୩୦୦ ମିମି ଯାଏ ଢାଳିପାରେ । ବନ୍ୟା ଓ ଭୂସ୍ଖଳନ ଆଶଙ୍କା ରହିଛି ।

ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସ୍ପଷ୍ଟ କରିଛି। ୧୯ ଓ ୨୦ରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ୨୦୦ରୁ ୩୦୦ ମିମି ଯାଏ ବର୍ଷା ହେବ ବୋଲି ସତର୍କ କରାଇଛନ୍ତି। ୨୦ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡ୍‌ଫଲ ପରେ ବାତ୍ୟା ତୀବ୍ର ଗତିରେ ଦୁର୍ବଳ ହୋଇଯିବ। ପବନର ବେଗ ୭୦ରୁ ୮୦ କିମିକୁ ଖସିବ। ସନ୍ଧ୍ୟା ବେଳକୁ ୬୦ରୁ ୭୦ କିମିକୁ କମି ଯାଇଥିବ ବୋଲି ସେ ଆକଳନ କରିଛନ୍ତି । ୧୯ ଓ ୨୦ ତାରିଖରେ ପୁରୀ, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ୩୦ରୁ ୪୫ କିମି ବେଗରେ ପବନ ବହିପାରେ। ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।

ଗୋପାଳପୁର ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡ୍‌ଫଲ କରିପାରେ। ଲ୍ୟାଣ୍ଡ୍‌ଫଲ ବେଳେ ବାତ୍ୟା ସାମାନ୍ୟ ଦୁର୍ବଳ ହେବ। ୬୫ରୁ ୭୫ କିମି ପବନ ବହିବ । ଝଟକା ପବନର ବେଗ ୮୩ କିମି ରହିପାରେ। ପରେ ଏହା ଉତ୍ତର ଦିଗକୁ ଅଗ୍ରସର ହୋଇ ଆହୁରି ଦୁର୍ବଳ ହେବ ।