ପେଟରେ ଚର୍ବି, ମୋଟାପଣ ଶରୀରର ସବୁ ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ। ପେଟ ଥିବା ଲୋକମାନେ କୌଣସି କଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହୋଇ ପାରି ନ ଥାନ୍ତି। ଅଧିକାଂଶ ଲୋକେ ଫାଷ୍ଟ ଫୁଡ୍, ଜଙ୍କ୍ ଫୁଡ୍ ଆଦି ଖାଇବାରୁ ପେଟ ବଢୁଛି । ଶରୀର ରେ ମୋଟାପନ ନଥିଲେ ଶରୀର ର ସୌନ୍ଦର୍ଯ୍ୟ ଆହୁରି ବଢିଯାଏ। ମୋଟାପଣ କମ୍ କରିବା ପାଇଁ ସକାଳୁ ଉଷୁମ ପାଣିରେ ଲେମ୍ବୁ ରସ ଓ ସାମାନ୍ୟ ଲୁଣ ମିଶାଇ ପିଅନ୍ତୁ। ଯାହା ମେଟାବୋଲିଜିମ୍ ବଢ଼ାଇଥାଏ ଓ କ୍ୟାଲୋରି କମ୍ କରିଥାଏ।ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଉଚିତ। ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। ଚାଉଳରେ ପ୍ରସ୍ତୁିତ ଖାଦ୍ୟ ପରିବର୍ତ୍ତେ ଗହମରେ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ। ଆମିଷ ଜାତୀୟ ଖାଦ୍ୟ କମ୍ ଖାଆନ୍ତୁ। ପେଟରେ ଚର୍ବି କମ୍ କରିବା ପାଇଁ ଖାଦ୍ୟରେ ଲୁଣର ମାତ୍ରାକୁ ମଧ୍ୟ କମ୍ କରିବା ଉଚିତ। ଫାଇବର ଯୁକ୍ତ ଖାଦ୍ୟ ଜଳଖିଆରେ ସାମିଲ କଲେ ଭଲ। ପ୍ରତିଦିନ ସକାଳେ ଖାଲି ପେଟରେ ୨ ପାଖୁଡା ରସୁଣ ଖାଇ ଲେମ୍ବୁ ପାଣି ପିଅନ୍ତୁ। ଏହା ଦ୍ୱାରା ଓଜନ କମାଇବା ପ୍ରକ୍ରିୟା ଦୁଇ ଗୁଣା ବୃଦ୍ଧି ପାଇଥାଏ। ଖାଦ୍ୟ ପ୍ରସ୍ତୁତ ସମୟରେ ମସଲା ଭାବେ ଡାଳଚିନି, ଗୋଲମରିଚ, ଅଦା ବ୍ୟବହାର କରିବା ଉଚିତ୍। ଏହା ରକ୍ତରେ ଗ୍ଲୁକୋଚ ସ୍ତରକୁ କମ୍ କରିବାରେ ସାହାଯ୍ୟ କରେ। ପ୍ରତିଦିନ ବ୍ୟାୟାମ୍ କରିବା ଉଚିତ୍ ।