(ସାକ୍ସୀ ନ୍ୟୁଜ୍): ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ। ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ୟା। ଦିନ ୧୧ଟା ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ ଅକଭାନ୍। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଏବଂ ଝଟକା ପବନର ବେଗ ୯୦ କିଲୋମିଟର ରହିବାର ଆକଳନ କରାଯାଇଛି ।
ଲ୍ୟାଣ୍ଡଫଲ୍ ପରେ ପରେ ଶୀଘ୍ର ଦୁର୍ବଳ ହୋଇଯିବ ବାତ୍ୟା । ପବନର ବେଗ ୫୦ରୁ ୬୦ କିମିକୁ ଖସିଯିବ। ପବନ କମ୍ ରହିବ ସତ, କିନ୍ତୁ ପ୍ରବଳ ବର୍ଷିବ। ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପ୍ରବଳ ବର୍ଷା ଓ ପବନ ନେଇ ସତର୍କତା ଜାରି କରାଯାଇଛି ।
ବାତ୍ୟା ପାଇଁ ପୁରୀ ବେଳାଭୂମିରେ ସାଇରନ୍ ବାଜିଛି। ତୁରନ୍ତ ବେଳାଭୂମି ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ଅପିଲ୍ କରାଯାଇଛି। ଅଗ୍ନିଶମ ଏବଂ ଲାଇଫ୍ ଗାର୍ଡ ଟିମ୍ ମାଇକ୍ ଯୋଗେ ପର୍ଯ୍ୟଟକଙ୍କୁ ସଚେତନ କରୁଛନ୍ତି। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ଏବେସୁଦ୍ଧା ୩୦ ଜିଲ୍ଲାରୁ ପ୍ରାୟ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।