କେନ୍ଦୁଝର ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଆର୍ଥିକ ଅନ୍ତର୍ଭୁକ୍ତି କରଣ ପରି ପୁର୍ନତା ଶିବିର
କେନ୍ଦୁଝର ଜିଲ୍ଲା ସାହାର ପଡା ବ୍ଲକ ରେ ଅମିତ କୁମାର ପାଲ(ZM) ଙ୍କ ଦୁଆରଆୟୋଜିତ
ହିତାଧିକାରୀଙ୍କୁ ମିଳିଲା ମଞ୍ଜୁରୀ ପତ୍ର, ସାମାଜିକ ସୁରକ୍ଷା ଯୋଜନା ଉପରେ ଗୁରୁତ୍ୱ
କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ସରକାରୀ ଯୋଜନାର ସୁଫଳ କିଭଳି ତୃଣମୂଳ ସ୍ତରରେ ପହଞ୍ଚିବ, ହିତାଧିକାରୀମାନେ କିଭଳି ଏହାର ସୁବିଧା ପାଇପାରିବେ, ସେନେଇ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ଅଭିନବ ପ୍ରୟାସ। କେନ୍ଦୁଝର ଶାଖା ପକ୍ଷରୁ ଆଜି ଏକ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜୋନାଲ ମ୍ୟାନେଜର ଶ୍ରୀ ଅମିତ କୁମାର ପାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଓ ବ୍ୟାଙ୍କିଂ ଯୋଜନାର ସୁବିଧା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା। ବିଶେଷକରି ସ୍ୱୟଂ ସହାୟକ ଗୋଷ୍ଠୀ, ଷ୍ଟାର ସାକ୍ଷୀ, କେସିସି ଏବଂ ପିଏମ୍ କିଷାନ ଯୋଜନାର ହିତାଧିକାରୀମାନଙ୍କୁ ଯୋଜନାର ସୁବିଧା ଉପଲବ୍ଧ କରାଇବା ସହ ସେମାନଙ୍କୁ ମଞ୍ଜୁରୀ ପତ୍ର ବା ସାଙ୍କସନ୍ ଲେଟର ପ୍ରଦାନ କରାଯାଇଥିଲା ।
ଏହି ପଦକ୍ଷେପ ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଏବଂ ଅନ୍ୟାନ୍ୟ ଯୋଗ୍ୟ ହିତାଧିକାରୀମାନେ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହେବା ସହ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିପାରିବେ ବୋଲି ଆଶା ପ୍ରକାଶ ପାଇଛି। ବ୍ୟାଙ୍କିଂ ସେବାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ସାମାଜିକ ସୁରକ୍ଷା ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଭଳି ପଦକ୍ଷେପ ହିତାଧିକାରୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଦିଗରେ ଏକ ସକାରାତ୍ମକ ପ୍ରୟାସ ବୋଲି ମତ ପ୍ରକାଶ ପାଇଛି।ଏହି କାର୍ଯ୍ୟକ୍ରମ ରେ କେନ୍ଦୁଝର ଜେଡ ଓ ପରେଶ କୁମାର ସେଠି,, ସାହାର ପଡା ବି ଏମ ସୁନୀଲ ପଟେଲ, ଜେଡ ଓ ଅଫିସ ର ସୋମ୍ୟ ସାହୁଓ ସ୍ନେହିକା ପାଣ୍ଡିଆ ଆର୍ଥିକ କାରବାର ରେ ସାହାଯ୍ୟ କରିଥିଲେ। କେନ୍ଦୁଝରରୁ ଅଞ୍ଜନ ରାଣାଙ୍କ ରିପୋର୍ଟ ।