କୁଆଖାଇ ବୋଇତ ବନ୍ଦାଣ ମହୋତ୍ସବ–୨୦୨୬’ ଅନୁଷ୍ଠିତ

ଭୁବନେଶ୍ୱର/ପାଣ୍ଡରା(ସାକ୍‌ସୀ ନ୍ୟୁଜ୍‌): ସାମାଜିକ ଅନୁଷ୍ଠାନ ‘ସାହାରା ଜନମଞ୍ଚ ଆନୁକୂଲ୍ୟରେ ୨୨ତମ ଐତିହ୍ୟ ସମ୍ପନ୍ନ କୁଆଖାଇ ବୋଇତ ବନ୍ଦାଣ ମହୋତ୍ସବ କାଳୀଘାଟଠାରେ କୁଆଖାଇ ସେତୁ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଆଜି (୨୪ ତାରିଖ ନଭେମ୍ବର ୨୦୨୬) ଭୋର ୩ଟାରୁ ୯ଟା ପର୍ଯ୍ୟନ୍ତ କୁଆଖାଇ ବୋଇତ ବନ୍ଦାଣ ମହୋତ୍ସବ ପାଳିତ ହୋଇଥିଲା। ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ଦ୍ଵାରା ଉକ୍ତିସଙ୍ଗୀତ କାର୍ଯ୍ୟକ୍ରମ ଓ ଓଡିଶା ଏବଂ ସମ୍ବଲପୁରୀ ନୃତ୍ୟ। ବାଲୁକା କଳା ଉଦ୍‌ଘାଟନ ଓ ବୋଇତ ବନ୍ଦନା କାର୍ଯ୍ୟକ୍ରମ ।

ଅତିଥିମାନଙ୍କ ଆଗମନ ପ୍ରାତଃ ୫ ଘଟିକାରେ ହୋଇଥିଲା। ତା’ ପରେ ପରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପଗୁଚ୍ଛ ପ୍ରଦାନ, ଅତିଥି ପରିଚୟ ଓ ସ୍ବାଗତ ଭାଷଣ, ସମ୍ବଦ୍ଧନା ପର୍ବ ଓ ସତ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସତ୍ୟ ପ୍ରସାଦ ମହାପାତ୍ରଙ୍କୁ ‘ଓଡ଼ିଶା ନୃତ୍ୟ ଗୌରବ ସମ୍ମାନ’, ଆଦର୍ଶ ଶିକ୍ଷକ ଶ୍ରୀ ପ୍ରାଣବନ୍ଧୁ ସାହୁଙ୍କୁ ‘ଆଦର୍ଶ ଗୁରୁରତ୍ନ ସମ୍ମାନ’, ସିନେ ଅଭିନେତ୍ରୀ ଶ୍ରୀମତୀ ବିଦୁସ୍ମିତା ଦାସମନ୍ତ୍ରୀଙ୍କୁ ‘ସମାଜ ଓ ସଂସ୍କୃତି ସାଥୀ ସମ୍ମାନ’, ଶ୍ରେଷ୍ଠ ସମାଜସେବୀ ଶ୍ରୀମତୀ ଗୀତାଞ୍ଜଳି ଦାସଙ୍କୁ ‘ଶ୍ରେଷ୍ଠ ସେବାରତ୍ନ ସମ୍ମାନ’, ସମାଜସେବୀ ଶ୍ରୀ ପ୍ରଭାତ କୁମାର ଜେନାଙ୍କୁ ‘ସମାଜ ସେବାରତ୍ନ ସମ୍ମାନ’ ପ୍ରଦାନ କରାଯାଇଥିଲା। ମାତୃଶକ୍ତି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ କଳ୍ପନା ଜେନାଙ୍କୁ ସମ୍ବନ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ବରିଷ୍ଠ ନେତା ଗୋଲକ ମହାପାତ୍ର ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ହାଇଟେକ୍ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, କେନ୍ଦ୍ର ସଂସ୍କୃତି ବିଭାଗର ଫେଲୋ ସୁରେନ୍ଦ୍ର ନାଥ ଛୋଟରାୟ ଯୋଗଦାନ କରିଥିଲେ ।