କେନ୍ଦୁଆପଡ଼ାରେ ପାଳିତ ହେଲା ମା’ କୌଶଲ୍ୟାଙ୍କ ବାଲି ଉଷା

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଆପଡ଼ା ଗ୍ରାମରେ ଦୀର୍ଘ ବର୍ଷ ଧରି ପାଳିତ ହୋଇଆସୁଥିବା ମା’ କୌଶଲ୍ୟାଙ୍କ ବାଲି ଉଷା ପର୍ବ ଧୁମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ପରମ୍ପରା ଅନୁଯାୟୀ ନଦୀରୁ ବାଲି ଆଣି ଆଠ ଦିନ ଧରି ବଡ଼ାମ ଶାଳରେ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଗୁରୁବାର ଦିନ ଗ୍ରାମ ଦାଣ୍ଡକୁ ବାହାର କରାଯାଇ ଖଣ୍ଡାମଡ଼ା ରୀତି ସମ୍ପନ୍ନ ହୋଇଥିବା ବେଳେ ଶୁକ୍ରବାର ଚାବୁକ ମାଡ଼, ନାଚଗୀତ ସହ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଦୁଇ ଦିନ ଧରି ସନ୍ଧ୍ୟାରେ ‘ଡ୍ୟାନ୍ସ ଧମାକା’ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଏଡିଓ ଯୋଗେନ୍ଦ୍ର ମହାନ୍ତ ଓ ସରପଞ୍ଚ ମିନାକ୍ଷୀ ନାଏକ ଅତିଥି ଭାବେ ଯୋଗଦେଇଥିଲେ। ପୂଜକ ନରତମ ନାଏକଙ୍କ ସହ କମିଟିର ସତ୍ୟାନନ୍ଦ ଦାଶ, ଅଙ୍ଗଦ ନାଏକ, ଜୟନ୍ତୀ ନାଏକ, ପୁରସ୍ତମ ନାଏକ, ଯଦୁ ନାଏକ, ଭରତ ଚନ୍ଦ୍ର ନାଏକ, ସରଜିନୀ ନାଏକ, ଯୋଗଜୀବନ ମହାନ୍ତ, ପ୍ରଶାନ୍ତ ନାଏକ ଓ ଭଜମୋହନ ନାଏକଙ୍କ ସମେତ ଅଂଚଳ ବାସି ସହଯୋଗ କରିଥିଲେ। କେନ୍ଦୁଝରରୁ ଦିନବନ୍ଧୁ ମିଶ୍ରଙ୍କ ରିପୋର୍ଟ ।