ଗଂଜାମ/ଆସିକା(ସାକ୍ସୀ ନ୍ୟୁଜ୍): ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ମୃତ୍ୟୁ ପରେ ବି ଗଞ୍ଜାମ ଜିଲ୍ଲା ଆସିକା ଅଂଚଳରେ କମିବାର ନାଁ ଧରୁନି ବିଷାକ୍ତ ଦେଶୀ ମଦ ପ୍ରସ୍ତୁତି ପ୍ରଶାସନ କୁ ମଦ ବେପାରୀଙ୍କ ନାହିଁ ଭୟଫ ଅଂଚଳରେ ମାଳ ମାଳ ବେଆଇନ ଦେଶୀ ମଦ ଭାଟି ପ୍ରତ୍ୟେକ ଦିନ ପ୍ରସ୍ତୁତ ହେଉଥିବା ହଜାର ହଜାର ଲିଟର ବିଷାକ୍ତ ଦେଶୀ ମଦ ଅବାଧରେ ବଜାରରେ ଚାଲିଛି ବିକ୍ର ଆଉ ବିଷାକ୍ତ ମଦ ପିଇ ମରଣ ମୁଖରେ ପଡ଼ୁଛନ୍ତି ଲୋକ ଆସିକାର ବିଭିନ୍ନ ସ୍ଥାନରେ ରେ ବେଆଇନ ବିଷାକ୍ତ ମଦ ପ୍ରସ୍ତୁତ ଚାଲିଥିବା ଖବରପାଇ ଆଜି ଆସିକା ଥାନା ଅଧୂକାରୀ ସୁଧୀର କୁମାର ର ସାହୁ ଙ୍କ ନିର୍ଦେଶ କ୍ରମେ ଆସିକା ପୋଲିସ ପକ୍ଷରୁ ରାତ୍ର ପେଟ୍ରୋଲିଙ୍ଗ ସମୟରେ ପୂର୍ବସୂଚନା ମୁତାବକ ୦୩.୦୦ ଟା ସମୟରେ ଗୁଣ୍ଠପଡା ଗ୍ରାମ ନିକଟରେ ଖଲ୍ଲିକୋଟ ରୁ ଆସ୍କା ଅଭିମୁଖେ ଆସୁଥିବା ଓଡ଼ି ୦୨ ବି ୩୧୬୪ ନମ୍ବର ବିଶିଷ୍ଟ ଏକ ଟାଟା ଇଣ୍ଡିଗୋ ଇ ସି ଏସ କାର କୁ ସନ୍ଦେହ ରେ ଅଟକାଇ ପାଂଚ ସମୟରେ ଗାଡିଟି ଖସି ଯିବାକୁ ଉଦ୍ୟମ କରିଥିଲା ପୋଲିସ ଗାଡିଟିକୁ ଅଟକାଇ ଗାଡି ଭିତରୁ ମଦ ଭର୍ତି ୨୦ ଟି ପଲିଥୁନ୍ ପ୍ୟାକେଟ ଜବତ କରିବା ସହ ଆସିକା ଥାନା ଜଗନ୍ନାଥପଲ୍ଲୀ ବସାର ସ୍ୱର୍ଗତ ଏ.ନାଗରାଜୁର ପୁଅ ଏ.ପ୍ରସାଦ (୪୩) କୁ ଗିରଫ କରିଥିଲା ।
ପୋଲିସ ଉକ୍ତ ଗାଡ଼ିରୁ ଜବତ କରିଥିବା ମଦ ପରିମାଣ ୪୪୦ ଲିଟର ହୋଇଥିବା ବେଳେ ସେ ଖଲ୍ଲିକୋଟ ଅଂଚଳରୁ ଏହି ମଦ ଆଣି ଆସିକା ଅଂଚଳରେ ବିକ୍ରି କରିଥିବା ସ୍ଵୀକାର କରିଥିଲା। ପରବର୍ତୀ ସମୟରେ ପୋଲିସ ରେ ଜାଚ ପରେ ସେ ଆସିକା ଥାନା ଗଣ୍ଡପଲ୍ଲୀ ମେରାଟୀ ବସାରେ ୨୫୭ ଲିଟର ମଦ ଗଣ୍ଡପଲ୍ଲୀ ମେରାଟୀ ବସାର ଡି. ଶ୍ରାବଣୀ ସ୍ଵାମୀ ଡି. ରାମା, ଲକ୍ଷ୍ମୀ ରାଓ ସ୍ଵାମୀ ଶଙ୍କର ରାଓ, ଡି. ରାନୀ ସ୍ଵାମୀ ଡି କୁମାର କୁ ବିକ୍ରି କରିଥିବା ସ୍ୱୀକାର କରିବା ପରେ ପୋଲିସ ଏହି ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଏମାନଙ୍କ ନାମରେ ଆସିକା ଥାନାରେ କେସ୍ ନମ୍ବର ୭୩୦/୨୦୨୬ ରୁଜୁ ହୋଇଥିବାବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖୁଛି। ବେଆଇନ ମଦ କାରବାର ଉପରେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି ।