ଗଂଜାମ ଜିଲ୍ଲା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚାରା ବଣ୍ଟନ କାର୍ଯ୍ୟକ୍ରମ

ଗଂଜାମ/ପୋଲସରା(ସାକ୍‌ସୀ ନ୍ୟୁଜ୍‌): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ମେଡିକାଲ ଛକଠାରେ ସ୍ବର୍ଗତ କାମରାଜୁ ଜେନାଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିବା ଜେନା ଏଣ୍ଡ ଜେନା ଟ୍ରଷ୍ଟ ତରଫରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୃକ୍ଷ ସମ୍ପଦ ନଷ୍ଟ ହେବାଦ୍ୱାରା ପରିବେଶ ପ୍ରଦୂଷଣ ହୋଇ ମାନବ ସମାଜ ଉପରେ ଯେଉଁ ପ୍ରକାର କୁପ୍ରବାହ ପଡୁଛି ତାକୁ ରୋକିବା ପାଇଁ ବୃକ୍ଷ ରୋପଣ ଜରୁରୀ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ବୃକ୍ଷ ରୋପଣ ପାଇଁ ଜନସାଧାରଣଙ୍କୁ ସଚେତନ କରାଇ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରସାନ୍ତ କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା। ଦିପକ କୁମାର ଜେନା, ସନ୍ତୋଷ କୁମାର ଜେନା, ଟିଟୁ ସ୍ବାଇଁ ଉପସ୍ଥିତ ରହି ଆମ୍ବ, ପଣସ, ଅଁଳା, ପିଜୁଳି, ସାଗୁଆନ, କରଞ୍ଜ, ଆକାଶିଆ, ଅର୍ଜୁନ, କଦମ୍ବ ପ୍ରଭୃତି ଏକ ହଜାରୁ ଉର୍ଦ୍ଧ୍ବ ଚାରା ବଣ୍ଟନ କରିଥିଲେ। ଗଂଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ।