ବୁଗୁଡ଼ା(ସାକ୍ସୀ ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବୁଗୁଡ଼ାସ୍ଥିତ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ କଲେଜର ଉପାଧ୍ୟକ୍ଷ ଶ୍ରୀ ହରିକୃଷ୍ଣ ନାୟକ ସଭାପତିତ୍ୱ କରିଥିଲେ।କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ପବିତ୍ର ଖଣ୍ଡୁଆଳ ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ଅଧ୍ୟାପକ ଶ୍ରୀ ଲୋକନାଥ ବେହେରା ଓ ବିଭାଗୀୟ ମୁଖ୍ୟ ଶ୍ରୀ ଅକ୍ଷୟ କୁମାର ସାହୁ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ଏହାର ମୌଳିକ ଆଦର୍ଶ ଏବଂ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରାଯିବା ସହ ଛାତ୍ରଛାତ୍ରୀମାନେ ସମ୍ବିଧାନର ବିଭିନ୍ନ ଦିଗ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏଥିସହ ସମ୍ବିଧାନ ସମ୍ପର୍କିତ ପ୍ରଶ୍ନୋତ୍ତର ଓ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବିଭାଗୀୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ଓ ଉଦ୍ଯାପନୀ ସଙ୍ଗୀତ ପରିବେଷଣ କରିଥିଲେ।ଶେଷରେ ତୃତୀୟ ବର୍ଷର ସେମିନାର ସମ୍ପାଦିକା ଗୀତାଞ୍ଜଳି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଗଂଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ।