ଭଦ୍ରକ(ସାକ୍ସୀ ନ୍ୟୁଜ୍): ଧାମନଗର ବ୍ଲକ,କଟସାହି ପଞ୍ଚାୟତ ବେଲମା ଛକସ୍ଥିତ ଶ୍ରୀଦାରୁବ୍ରହ୍ମ ମନ୍ଦିରର ନବମ ବାର୍ଷିକ ଉତ୍ସବ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ଦିବସରେ ଆଧ୍ୟାତ୍ମିକ ଉତ୍ସବର ଅଧିବାସ ସହ ସୂର୍ଯ୍ୟ ପୂଜା,ଗୋ-ପୂଜା ଆଦି ପାରମ୍ପରିକ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା।ଦ୍ଵିତୀୟ ଦିବସରେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।ତଳ ଗୋପବିନ୍ଧାସ୍ଥିତ ସାଳନ୍ଦୀ ନଦୀରୁ ୧୦୮ ମାନସିକଧାରୀ ପୁରୁଷ ଓ ମହିଳା ଘଟ ଉତ୍ତୋଳନ କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ନିକଟବର୍ତ୍ତୀ ଅଞ୍ଚଳ ପରିକ୍ରମା କରି ପୂଜା ସ୍ଥଳରେ ଘଟ ସ୍ଥାପନ କରିଥିଲେ। ଏଥି ସହ ଆରାଧ୍ୟ ଶ୍ରୀଜଗନ୍ନାଥ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସ୍ଵତନ୍ତ୍ର ପୂଜା ନୀତି ସମ୍ପନ୍ନ ହୋଇଥିଲା।ତୃତୀୟ ଦିନରେ ଆୟୋଜିତ ଯଜ୍ଞର ପୂର୍ଣାହୁତି ପ୍ରଦାନ କରାଯାଇଥିଲା।ପ୍ରତ୍ୟେହ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।ବେଲମା ଛକ ଦାରୁବ୍ରହ୍ମ ବଜାର କମିଟିର ସଭାପତି ଗିରିଧାରି ବାରିକ,ସମ୍ପାଦକ ପଞ୍ଚାନନ ପଣ୍ଡାଙ୍କ ସମସ୍ତ ବ୍ୟବସାୟୀ ବାର୍ଷିକ ପୂଜା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଆଖପାଖ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଉତ୍ସବରେ ସାମିଲ ହୋଇଥିଲେ ।
Prev Post