ଏପରିକି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ମଧ୍ୟ ତାଙ୍କର ସହମତି ପ୍ରଦାନ କରିଛନ୍ତି। ଫ୍ଲୋରିଡାରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଶାନ୍ତି ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
୨୦ ସୁତ୍ରୀ ପିସ୍ ପ୍ଲାନ୍ ଉପରେ ୯୫ ପ୍ରତିଶତ ସହମତି ହୋଇଛି। ଜେଲେନସ୍କିଙ୍କ ସହ ବୈଠକ ପରେ ରୁଷ-ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବା ପାଇଁ ‘ଶାନ୍ତି ଚୁକ୍ତି’ ବହୁତ ନିକଟତର, କହିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଶୁଣିବାକୁ ମିଳେ, ଆଲୋଚନା ପୂର୍ବରୁ ଟ୍ରମ୍ପ ପ୍ରାୟ ଦୁଇଘଂଟା କାଳ ରୁଷ ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଆଲୋଚନା କରିଥିଲେ।
ବୈଠକ ପରେ ଟ୍ରମ୍ପ-ଜେଲେନସ୍କି ପ୍ରେସ୍ମିଟ୍ କରି ଆଲେଚନା ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି।
ଟ୍ରମ୍ପ କହିଛନ୍ତି, ‘ଆମର ଆଲୋଚନା ଏକ ପ୍ରକାର ଫଳପ୍ରଦ ହୋଇଛି। ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରିଥିଲୁ। ପୁଟିନଙ୍କ ସହ ଫୋନ୍ରେ ସକାରାତ୍ମକ ଆଲୋଚନା ହୋଇଥିଲା। ଆମେ ଅନେକ ପଏଂଟ୍ ଉପରେ ଆଲୋଚନା କରିଥିଲୁ। ମୁଁ ଭାବୁଛି ଆମେ ଶାନ୍ତିର ବହୁତ ନିକଟତର ହେଉଛୁ। ରାଷ୍ଟ୍ରପତି ଏବଂ ମୁଁ ବର୍ତମାନ ୟୁରୋପୀୟ ନେତାମାନଙ୍କ ସହିତ କଥା ହୋଇଛୁ। ଆମେ ଏହି ଯୁଦ୍ଧକୁ ସମାପ୍ତ କରିବାରେ ଅଗ୍ରଗତି କରିଛୁ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମ୍ଭବତଃ ସବୁଠାରୁ ଘାତକ ଯୁଦ୍ଧ।’ ଏକ ଶାନ୍ତି ଚୁକ୍ତିନାମା ପାଇଁ କେତେ ସମୟ ଲାଗିପାରେ ବୋଲି ପଚରାଯିବାରୁ, ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଯଦି ସବୁକିଛି ଠିକ୍ ଠାକ୍ ହୁଏ, ତେବେ ଏହା କିଛି ସପ୍ତାହ ମଧ୍ୟରେ ହୋଇପାରିବ।
କିନ୍ତୁ ଯଦି ପରିସ୍ଥିତି ବିଷମ ହୁଏ, ପରିଣତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହେବ। ଶାନ୍ତି ଚୁକ୍ତି ଉପରେ ୯୫% ସହମତି: ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ବୈଠକକୁ ସକାରାତ୍ମକ କହିଛନ୍ତି। ୨୦-ସୂତ୍ରୀ ଶାନ୍ତି ଯୋଜନାରେ ୯୫ ପ୍ରତିଶତ ସହମତି ହୋଇଛି। ଆମେରିକା-ୟୁକ୍ରେନ୍ ସୁରକ୍ଷା ଗ୍ୟାରେଂଟି ୧୦୦ ପ୍ରତିଶତ ସହମତି ହୋଇଛି।
ଜେଲେନସ୍କି ଟ୍ରମ୍ପଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ୟୁକ୍ରେନ ଶାନ୍ତି ପାଇଁ ପ୍ରସ୍ତୁତ। ସାମରିକ ଦିଗରେ ୧୦୦ ପ୍ରତିଶତ ସହମତି ହୋଇଛି। “ସ୍ଥାୟୀ ଶାନ୍ତି’ ହାସଲ କରିବାରେ ସୁରକ୍ଷା ଗ୍ୟାରେଂଟି ଏକ ମାଇଲଖୁଂଟ ବୋଲି ଆମେ ସହମତ ହୋଇଥିଲୁ, ଏବଂ ଆମର ଦଳଗୁଡ଼ିକ ଏହି ଦିଗଗୁଡ଼ିକ ଉପରେ କାମ ଜାରି ରଖିବେ