ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର । ଆଜିଠୁ GSTର ନୂଆ ସ୍ଲାବ । ଜିଏସଟିରୁ ଉଠାଇ ଦିଆଯାଇଛି ୧୨ ଓ ୨୮ ପ୍ରତିଶତ ସ୍ଲାବ୍।
ଆଜିଠୁ ଅର୍ଥାତ 22 ତାରିଖରୁ ଲାଗୁ ହେବାକୁ ଯାଉଛି ୫ ଓ ୧୮ ପ୍ରତିଶତ ସ୍ଲାବ୍ । ନୂଆ ଦ୍ରବ୍ୟ ଓ ସେବା କର ଯୋଗୁଁ ଲାଭବାନ ହେବେ ସାଧାରଣ ଲୋକ, ଚାଷୀ, ଏମଏସଏମଇ, ମଧ୍ୟବିତ୍ତ, ମହିଳା ଓ ଯୁବପିଢି ।
ଛେନା, ପନିର୍ ଓ ପାଉଁରୁଟି ପରି ଖାଦ୍ୟ, ୩୩ ଜରୁରୀ ଔଷଧ ସହ ଜୀବନ ବୀମା ଓ ସ୍ବାସ୍ଥ୍ୟ ବୀମାକୁ ସମ୍ପୂର୍ଣ୍ଣ GST ମୁକ୍ତ କରାଯାଇଛି । ଶିକ୍ଷା ସହ ଜଡ଼ିତ ସାମଗ୍ରୀ ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ, ରବର, ବହି ଓ ନୋଟବୁକ୍ କୁ ମଧ୍ୟ ଟିକସ ମୁକ୍ତ ହେବ ।
ଦୈନନ୍ଦିନ ଜୀବନରେ ବ୍ୟବହୃତ ସାବୁନ, ସାମ୍ପୁ, ଟୁଥପେଷ୍ଟ, ଟୁଥ ବ୍ରସ୍, ସେଭିଙ୍ଗ କ୍ରିମ୍ ପରି ସାମଗ୍ରୀ ଉପରେ ଏଣିକି ୧୮% ବଦଳରେ ଲାଗୁ ହେବ ୫% GST ।
ସେହିପରି ବଟର, ଘିଅ, ଛେନା, ବ୍ରେଡ୍, ନମକୀନ, ଭୁଜିଆ, ମିକ୍ସର, ବାସନକୁସନ, ନାପକିନ୍, ସିଲେଇ ମେସନ୍ ଓ ଯନ୍ତ୍ରାଂଶ ଉପରେ GST ୧୨%ରୁ ୫%କୁ ହ୍ରାସ ପାଇଛି । ଏହି ନୂଆ ସ୍ଲାବ ମଧ୍ୟବିତ୍ତଙ୍କ କ୍ରୟ ଶକ୍ତି ବୃଦ୍ଧି କରିବା ସହ ଗରିବଙ୍କ ପାଇଁ ବଡ଼ ଉପହାର ସାବ୍ୟସ୍ତ ହୋଇଛି । ଅନ୍ୟପକ୍ଷରେ ବିଳାସମୟ ସାମଗ୍ରୀ ଓ ତମାଖୁ ଜାତ ସାମଗ୍ରୀକୁ ସ୍ବତନ୍ତ୍ର ୪୦% ସ୍ଲାବ୍ ରେ ରଖାଯାଇଛି । ଟ୍ରାକ୍ଟର, ବାୟୋ ପେଷ୍ଟିସାଇଡ୍, ସ୍ପ୍ରଙ୍କଲର ଉପରେ ଜିଏସଟି ୫% କୁ କମିଥିବାରୁ ଲାଭବାନ ହେବେ ଚାଷୀ ।
ଏସି, ଟିଭି, ମନିଟର, ପ୍ରୋଜେକ୍ଟର ପରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୨୮%ରୁ ୧୮% କୁ ଖସିଛି ଜିଏସଟି ।