ଆଧାର କାର୍ଡ ଗ୍ରହଣ କରିବାକୁ କହିଲେ ସୁପ୍ରିମକୋର୍ଟ

ଆଧାର କାର୍ଡକୁ ବଳିଷ୍ଠ ପ୍ରମାଣ ଭାବେ ଗ୍ରହଣ କରି ଭୋଟର ତାଲିକାରେ ନାମ ତାଲିକାଭୁକ୍ତ କରିବା ପାଇଁ ନିର୍ବାଚନ ଆୟୋଗକୁ ଆଦେଶ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।

ବିହାର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ପ୍ରମାଣଯୋଗ୍ୟ ତଥ୍ୟ ବାବଦକୁ ଆଧାର କାର୍ଡ ଗ୍ରହଣ କରୁ ନଥିଲେ ନିର୍ବାଚନ ଆୟୋଗ ।

ଏ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ନାଗରିକତା ପ୍ରଦାନ କ୍ଷେତ୍ରରେ ଆଧାର କାର୍ଡକୁ ଏକ ବଳିଷ୍ଠ ପ୍ରମାଣ ଭାବେ ଧରି ନିଆଯିବ ।

ବିହାର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ରାଜନୈତିକ ଦଳଗୁଡ଼ିକର ଅସହଯୋଗକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି ।

ରାଜନୈତିକ ଦଳଗୁଡ଼ିକ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କ ନାମକୁ ପୁନଃ ସାମିଲ ଅବା ଭୋଟର ତାଲିକାରୁ ମୃତଲୋକଙ୍କ ନାମକୁ ବାଦ ଦିଆଯିବା କାମରେ ସହଯୋଗ କରିବା ଉଚିତ ।

ବିହାର ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ୬୫ ଲକ୍ଷ ଭୋଟରଙ୍କ ମାମଲାରେ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ଘରକୁ ଘର ଯାଇ ଭୋଟର ତାଲିକା ଯାଂଚ କରିବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।