ଓଡ଼ିଶାକୁ ଶାସନ କରୁଛନ୍ତି ଏହିସବୁ ସାଂଘାତିକ ଅପରାଧି !

ଓଡ଼ିଶାକୁ ଶାସନ କରୁଛନ୍ତି ଏହିସବୁ ସାଂଘାତିକ ଅପରାଧି !

ମନରୁ ନୁହେଁ ଯାହା ବିଜେପି ଭିତରୁ ଶୁଣୁଛି, ସେଇଆକୁ ଲୋକଙ୍କ ସାମ୍ନାରେ ରଖୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟ୍ ରେ ଅଛନ୍ତି ୭୨ ଜଣ ମନ୍ତ୍ରୀ । ୭୨ ଜଣଙ୍କ ଭିତରୁ ୨୯ ଜଣ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ୨୯ ଜଣ ମନ୍ତ୍ରୀଙ୍କ ଭିତରୁ ୧୯ ଜଣ ସାଂଘାତିକ ଅପରାଧରେ ଜଡ଼ିତ ।

ଓଡ଼ିଶାକୁ ଶାସନ କରୁଥିବା ମୋହନ ମାଝିଙ୍କ କ୍ୟାବିନେଟରେ ଅପରାଧିକ ମାମଲାରେ ଜଡ଼ିତ ବିଧାୟକଙ୍କୁ ସାମିଲ କରାଯାଇଛି । ସାଂଘାତିକ ଦଫା ଲାଗିଛି । ଅପରାଧ ଅଭିଯୁକ୍ତଙ୍କୁ ଟିକେଟ୍ ଦେଇ ନିର୍ବାଚନରେ ଜିତାଇ ମନ୍ତ୍ରୀପଦରେ ବସାଇବା ପଛରେ ଭାରତୀୟ ଜନତା ପାର୍ଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଅପରାଧ ମାନସିକତା ରଖିଥିବା ଲୋକଙ୍କୁ ଦଳୀୟ ଟିକେଟ୍ ବଳରେ ଜିତାଇ ସାଢ଼େ ଚାରିକୋଟି ଲୋକଙ୍କ ଭାଗ୍ୟ ବିଧାତା ବନାଇଥିବା ଭାରତୀୟ ଜନତା ପାର୍ଟି ନିକଟରୁ ସାଧାରଣ ଲୋକଟିଏ ଉପଯୁକ୍ତ ନ୍ୟାୟ ପାଇପାରିବ ବୋଲି ଆପଣମାନେ ବିଶ୍ୱାସ କରିପାରୁଛନ୍ତି ।

ସେପ୍ଟେମ୍ବର ୬ ତାରିଖ ଦିନ ଓଡ଼ିଶା ରିପୋର୍ଟର ପକ୍ଷରୁ ପ୍ରସାରିତ ୟୁଟୁବ ଚାନେଲରୁ ଜାଣିବାକୁ ପାଇଲୁ, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀମଣ୍ଡଳରେ ପ୍ରାୟ ୫୬ ଭାଗ ମନ୍ତ୍ରୀ ଅପରାଧିକ ମାମଲାରେ ଜଡ଼ିତ, ସେମାନଙ୍କ ବିରୋଧରେ ସାଂଘାତିକ ଅପରାଧିକ ଦଫା ଲାଗିଛି ।

ଓଡ଼ିଶା ଶାସନ ପରିଚାଳନା କରୁଛି ମୋହନ ଚରଣ ମାଝିଙ୍କ ସରକାର । ମୋହନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ୧୬ ଜଣ ମନ୍ତ୍ରୀଙ୍କ ଭିତରୁ ୧୪ ଜଣ ଅପରାଧିକ ମାମଲାରେ ଜଡ଼ିତ । ୧୪ ଜଣ ମନ୍ତ୍ରୀଙ୍କ ଭିତରୁ ୯ ଜଣ ସାଂଘାତିକ ଅପରାଧରେ ଜଡ଼ିତ ।

ଏଡ଼ିଆର ରିପୋର୍ଟ ଅନୁସାରେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜଣେ ସାଂଘାତିକ ଅପରାଧି । ତାଙ୍କ ନାମରେ ୯ଟି ଅପରାଧିକ ମାମଲା ବିଚାରାଧୀନ ରହିଛି, ଶ୍ରୀମତୀ ପରିଡ଼ାଙ୍କ ବିରୋଧରେ ୧୭ଟି ସଂଗୀନ ଦଫା ଲାଗିଛି ।

ଦ୍ୱିତୀୟ ସାଂଘାତିକ ଅପରାଧ ଅଭିଯୁକ୍ତ ମନ୍ତ୍ରୀଙ୍କ ନାମ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ୧୫ଟି ଅପରାଧରେ ଜଡ଼ିତ ଓ ତାଙ୍କ ବିରୋଧରେ ୧୭ଟି ସାଂଘାତିକ ଦଫା ଲଗାଯାଇଛି ।

ତୃତୀୟ ସାଂଘାତିକ ଅପରାଧ ଅଭିଯୁକ୍ତ ମନ୍ତ୍ରୀଙ୍କ ନାମ ବିଭୂତି ଭୂଷଣ ଜେନା । ଶ୍ରୀ ଜେନାଙ୍କ ବିରୋଧରେ ୧୦ଟି ସାଂଘାତିକ ଅପରାଧ ବିଚାରାଧୀନ ରହିଛି । ତାଙ୍କ ବିରୋଧରେ ୧୬ଟି ସଂଗୀନ ଦଫା ଲାଗିଛି ।

ଚତୁର୍ଥ ସାଂଘାତିକ ଅପରାଧ ଅଭିଯୁକ୍ତ ମନ୍ତ୍ରୀଙ୍କ ନାମ ରବି ନାରାୟଣ ନାଏକ । ମନ୍ତ୍ରୀ ଶ୍ରୀ ଜେନାଙ୍କ ବିରୋଧରେ ୧୭ଟି ଅପରାଧିକ ମାମଲା ରହିଛି । ୬ଟି ସଂଗୀନ ଦଫା ଲାଗିଛି ।

ପଂଚମ ସାଂଘାତିକ ଅପରାଧି ଅଭିଯୁକ୍ତ ମନ୍ତ୍ରୀ ହେଉଛନ୍ତି ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ବିରୋଧରେ ୬ଟି ଅପରାଧିକ ମାମଲା ରହିଛି । ଉକ୍ତ ମାମଲାଗୁଡ଼ିକରେ ୧୧ଟି ସଂଗୀନ ଦଫା ଲାଗିଛି ।

ଷଷ୍ଠ ସାଂଘାତିକ ଅପରାଧ ଅଭିଯୁକ୍ତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ । ସୂର୍ଯ୍ୟବଂଶୀଙ୍କ ବିରୋଧରେ ୫ଟି ଅପରାଧିକ ମାମଲା ରହିଛି ଯୋଉଥିରେ ୬ଟି ସଂଗୀନ ଦଫା ଲାଗିଛି ।

ସପ୍ତମ ସାଂଘାତିକ ଅପରାଧ ଅଭିଯୁକ୍ତ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀଶ୍ରୀ ଗଣ୍ଡଙ୍କ ନାମରେ ୪ଟି ଅପରାଧିକ ମାମଲା ରହିଛି ଯୋଉଥିରେ ୨ଟି ସଂଗୀନ ଦଫା ଲାଗିଛି ।

ଅଷ୍ଟମ ସାଂଘାତିକ ଅପରାଧ ଅଭିଯୁକ୍ତ ମନ୍ତ୍ରୀ ହେଉଛନ୍ତି ସଂପଦ ଚନ୍ଦ୍ର ସ୍ୱାଇଁ । ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ବିରୋଧରେ ତିନୋଟି ଅପରାଧିକ ମାମଲା ବିଚାରାଧୀନ ରହିଛି ଯୋଉଥିରେ ତାଙ୍କ ବିରୋଧରେ ୩ଟି ସଂଗୀନ ଦଫା ଲାଗିଛି ।

ବିରାରାଧୀନ ଅପରାଧିଙ୍କୁ ବିଧାନସଭାରେ ଥଇଥାନ କରିବା ଅର୍ଥ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରାଯିବା । ମନ୍ତ୍ରୀପଦରେ ବସାଇ ଦିଆଯିବା ଅର୍ଥ ବିଚାରାଧୀନ ଅପରାଧିଙ୍କ ହାତରେ ଖଣ୍ଡା ଧରାଇ ସାଧାରଣ ଲୋକଙ୍କ ବେକକୁ ହାଣିବାର କ୍ଷମତା ପ୍ରଦାନ କରିଛି ଭାରତୀୟ ଜନତା ପାର୍ଟି ।

୫୦ ହଜାର ଟଙ୍କା ପାଇବା ଆଶାରେ ରାଜ୍ୟର ମା’ ଭଉଣୀ ଝିଅମାନେ ଅପରାଧପ୍ରବଣ ଲୋକଙ୍କୁ ଭୋଟ ଦେଇ ନିଜ ଜୀବନ ପ୍ରତି ମହାବିପଦକୁ ଡାକି ଆଣିନାହାନ୍ତି ତ?