କଟକରେ ମୁଖ୍ୟମନ୍ତ୍ରୀ

କଟକରେ ଦଶହରା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦଶହରା ଦେଖିବାକୁ ରୌପ୍ୟ ନଗରୀରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ମଣ୍ଡପ ବୁଲୁଛନ୍ତି।  ସେ କଟକର ପୋତାପୋଖରୀ ପୂଜାମଣ୍ଡପରେ ପହଞ୍ଚି ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। କଟକ ସଦର ବିଧାୟକ ପ୍ରକାଶ ସେଠୀ ମଧ୍ୟ ଉପସ୍ଥିତ ଥିଲେ।  ବିଭିନ୍ନ ପୂଜାମଣ୍ଡପପକ୍ଷରୁ ତାଙ୍କୁ  ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଉଛି। ଲୋକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିକଟରୁ ଦେଖିବା ଲାଗି ଉତ୍ସାହିତ ଅଛନ୍ତି।

ସୂଚନାଯୋଗ୍ୟ, ଗତକାଲି କେନ୍ଦୁଝରର ଦୁର୍ଗାପୂଜାରେ ହୋଇଥିଲେ ସାମିଲ। ଦୁର୍ଗା ପୂଜା ଅବସରରେ ଦିନିକିଆ କେନ୍ଦୁଝର ଗସ୍ତର ଶେଷରେ ଗୁଜୁରାଟୀ ସମାଜର ଦାଣ୍ଡିଆ ଗରୱା ନାଚର ମଜା ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗୁଜୁରାଟୀ ସମାଜର ନବରାତ୍ର ପୂଜା ଅବସରରେ ଅନୁଷ୍ଠିତ ଦାଣ୍ଡିଆ ନାଚ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ତାଙ୍କ ପ୍ରତି ଗୁଜୁରାଟୀ ସମାଜ ଲୋକଙ୍କର ଥିବା ସମର୍ଥନକୁ ମନେପକାଇଥିଲେ