ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ କିରାଣୀ

ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ନିକଟରୁ ୩୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଅଭିଯୁକ୍ତ ବନ ବିଭାଗର କନିଷ୍ଠ କିରାଣୀ ରୂପଚାନ୍ଦ ନାୟକ ।

କେନ୍ଦୁଝର ଜିଲ୍ଲାର ନିକୋଲସନ୍ ଫରେଷ୍ଟ୍ ଟ୍ରେନିଙ୍ଗ୍ ସ୍କୁଲରୁ ଅବସର ଗ୍ରହଣ କରିଥିତା ଜଣେ କର୍ମଚାରୀଙ୍କ ପେନସନ୍ କାଗଜପତ୍ର ଚୂଡ଼ାନ୍ତ କରିବା ପାଇଁ ରୂପଚାନ୍ଦ ନାୟକ ୩୦ ହଜାର ଟଙ୍କା ଦାବି କରିଥିଲେ ।

ଟଙ୍କା ନପାଇଲେ ପେନସନ୍ କାଗଜପତ୍ର ଫାଇଲ ଧରିବେ ନାହିଁ ବୋଲି ରୂପଚନ୍ଦ ରୋକଠୋକ୍ କହିଥିଲେ ।

ଅବସର ଗ୍ରହଣ କରିବାର କିଛି ସପ୍ତାହ ଭିତରେ ପେନସନ୍ କାଗଜପତ୍ର ଚୂଡ଼ାନ୍ତ କରିବା ପାଇଁ ସରକାରୀ ବିଧି ବ୍ୟବସ୍ଥା ଥିବା ସତ୍ତ୍ୱେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବର୍ଷାଧିକ କାଳ ହୀନସ୍ତା ଭୋଗିବାକୁ ପଡୁଛି ।

ସଂପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ନିକଟରୁ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ନାୟକଙ୍କୁ ମାଡ଼ି ବସିଥିଲେ । ଶ୍ରୀ ନାୟକଙ୍କ ନିକଟରୁ ୩୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।