ଟ୍ରକରୁ ୬୧୫ କିଲୋ ଗଂଜେଇ ଜବତ କରିବା ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଧରିଛି କୋରକୋଣ୍ଡା ପୁଲିସ ।
ବୁଧବାର ରାତିରେ ମାଲକାନାଗିରି ଅନ୍ତର୍ଗତ କୋରକୋଣ୍ଡା ସଦର ଥାନାଧିକାରୀଙ୍କ ନେତୃତ୍ୱରେ ଗୋଟିଏ ପୁଲିସ ଟିମ୍ ପାଟ୍ରୋଲିଂ କରୁଥିଲେ ।
ତାର୍ଲାକୋଟା ଛକ ନିକଟରେ ଚିତ୍ରକୋଣ୍ଡା ଆଡୁ ଆସୁଥିବା ଟାଟା ଟ୍ରକକୁ ଅଟକାଇ ତଲାସି କରୁଥିବା ସମୟରେ ଗଂଜେଇ ଧରା ପଡ଼ିଥିଲା ।
ପୁଲିସ ଟ୍ରକରେ ବସିଥିବା ଦୁଇଜଣ ଲୋକଙ୍କୁ କାବୁ କରିଥିଲେ ।
ଗଂଜେଇ ଓଜନ କରିବାରୁ ୬୧୫ କିଲୋ ଜଣା ପଡ଼ିଥିଲା । ଟ୍ରକଟି ସିମେଂଟ ଧରି ଯୋଧପୁରରୁ ଚିତ୍ରକୋଣ୍ଡାକୁ ଯାଇଥିଲା ।
ଚିତ୍ରକୋଣ୍ଡାରୁ ଗଂଜେଇ ଧରି ଯୋଧପୁରକୁ ଫେରୁଥିଲା । ଜବତ ଗଂଜେଇର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ।