ବିଜେପି ପାଳିବ ‘ହର ଘର ତ୍ରିିରଙ୍ଗା; ତ୍ରିରଙ୍ଗା ଯାତ୍ରା

ଅଗଷ୍ଟ ୯ ରୁ ୧୯ ପର୍ଯ୍ୟନ୍ତ ପାଳନ କରାଯିବ ବିଭିନ୍ନ କାର୍ଯ୍ୟକ୍ରମ..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ସ୍ୱାଧୀନତାର ୭୫ ବର୍ଷ ପରେ ରାଷ୍ଟ୍ର ଭକ୍ତି ଜାତୀୟତାବାଦ, ଦେଶଭକ୍ତି ଓ ଦେଶରେ ଏକତା ଅଖଣ୍ଡତା ରକ୍ଷା କରିବା ପାଇଁ ଏବଂ ଦେଶକୁ ଶକ୍ତିଶାଳୀ କରିବା ଦେଶର ୧୪୦କୋଟି ଲୋକଙ୍କୁ ଦଳ, ମତ, ଜାତି ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ୍ କରିବା ନିହାତି ଆବଶ୍ୟକ । ସମସ୍ତଙ୍କୁ ଦେଶ ମାତୃକାର ସେବା କରିବା ଓ ଭାରମାତାର ପୂଜନ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଛି । ସମାଜର ୭୨ ଭାଗ ହେଉଛି ଯୁବ ସମାଜ ଏବଂ ବିଶେଷ କରି ଏହି ଯୁବ ସମାଜ ଏଥିରେ ଅନୁପ୍ରାଣିତ ହୋଇଛନ୍ତି । ଗତ କିଛିବର୍ଷ ଧରି ପାର୍ଟିର କାର୍ଯ୍ୟକର୍ତାମାନେ ସମସ୍ତ ଦେଶବାସୀଙ୍କ ସହ ମିଶି ସାରା ଦେଶରେ ହର୍ଷୋଲ୍ଲାସ ସହିତ ଦେଶର ଏକତା ତଥା ଅଖଣ୍ଡତା ଉଦ୍ଦେଶ୍ୟରେ ‘ହର ଘର ତ୍ରିିରଙ୍ଗା’,‘ତ୍ରିରଙ୍ଗା ଯାତ୍ରା\’ ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରି ଆସୁଛନ୍ତି ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଦେଶ ପାଇଁ ଯେଉଁମାନେ ପ୍ରାଣବଳୀ ଦେଇଛନ୍ତି ଓ ଜେଲ କାରାବରଣ ଭୋଗିଛନ୍ତି, ସେମାନଙ୍କୁ ସ୍ମରଣ କରିବା ପାଇଁ ଆସନ୍ତା ଅଗଷ୍ଟ ୯ ତାରିଖରେ କ୍ରାନ୍ତି ଦିବସ ପାଳନ କରାଯିବ….

 ୯ରେ କ୍ରାନ୍ତି ଦିବସ ପାଳନ
 ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା
 ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ଓ ଅନୁଷ୍ଟାନରେ ‘ହର ଘର ତ୍ରିରଙ୍ଗା’
 ୧୪ ରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’
 ୧୬ ରେ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ପାଳନ
 ୧୯ରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ କରାଯିବ….

ଏହି ଅବସରରେ ପ୍ରତ୍ୟେକ ଜିଲ୍ଲାରେ ସ୍ଥାନୀୟ ଶହୀଦମାନଙ୍କୁ ସ୍ମରଣ କରାଯାଇ ସାଇକଲ ଯାତ୍ରା, ପଦଯାତ୍ରା, ବାଇକ ରାଲିମାନ ଅନୁଷ୍ଠିତ ହେବ । ଅଗଷ୍ଟ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା; ୧୧ ରୁ ୧୪ ପର୍ଯ୍ୟନ୍ତ ମହାପୁରୁଷଙ୍କ ପ୍ରତିମୂର୍ତି ଓ ଚାରି ପାଖରେ ସ୍ୱଚ୍ଛତା ଅଭିଯାନ; ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ଓ ଅନୁଷ୍ଟାନରେ ‘ହର ଘର ତ୍ରିରଙ୍ଗା’ ଉତୋଳନ କରାଯିବା ସହିତ ମହାପୁରୁଷ ଏବଂ ବରପୁତ୍ରମାନଙ୍କ ପ୍ରତିମୂର୍ତି ଓ ସ୍ମାରକୀ ଉପରେ ପୁଷ୍ପାଞ୍ଜଳୀ ଅର୍ପଣ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।

ସେହିପରି ୧୪ ଅଗଷ୍ଟ ୧୯୪୭ରେ ଭାରତର ବିଭାଜନ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ହତ୍ୟା ଓ ବିସ୍ଥାପନର ହୋଇଥିଲା । ଦେଶ ବିଭାଜନ ନିଷ୍ପତି ଭୁଲ ଥିଲା ।ଏହି ଯନ୍ତ୍ରଣାଦାୟକ ଦିନକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇ ସନ୍ଧ୍ୟାରେ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହେବ ।

ଅଗଷ୍ଟ ୧୬ ତାରିଖ ଦିନ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ପାଳନ କରାଯିବା ସହିତ ୧୯ ଅଗଷ୍ଟରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ କରାଯିବ । ଏ ସମସ୍ତ କାର୍ଯ୍ୟକ୍ରମ ମଣ୍ଡଳସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ପାଳନ କରାଯିବ ଏବଂ ପାର୍ଟିର ସମସ୍ତ ପଦାଧିକାରୀ, କାର୍ଯ୍ୟକର୍ତା, ଜନପ୍ରତିନିଧି ଏଥିରେ ସାମିଲ ହେବେ । ସାଧାରଣ ଜନତା ମଧ୍ୟ ଏ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରତ୍ୟେକ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି ।

ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ତ୍ରିପାଠୀ, ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ ଓ ସୀମାଂଚଳ ଖଟେଇ ପ୍ରମୁଖ ଉପସ୍ଥିତ ଥିଲେ ।