ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ରୁଷର ଘନ ଘନ ମିସାଇଲ ମାଡରେ ଛାରଖାର ହୋଇଗଲାଣି ୟୁକ୍ରେନର ଅନେକ ସହର । ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଚୀନ ଏକ ବଡ ପଦକ୍ଷେପ ନେଇଛି । ରୁଷର ଘନ ଘନ ମିସାଇଲ ମାଡରେ ଛାରଖାର ହୋଇଥିବା ୟୁକ୍ରେନକୁ ଚୀନ ଖାଦ୍ୟ ପଦାର୍ଥ ଓ ଦୈନିକ ଆବଶ୍ୟକୀୟ ସାମଗ୍ରୀ ରିଲିଫ ପଠାଇଛି । ସେହିପରି ୟୁକ୍ରେନ ଉପରେ ଆକ୍ରମଣ ଯୋଗୁ ପୂର୍ବ ୟୁରୋପୀୟ ଦେଶ ଋଷ ବିରୋଧରେ ଲଗାଇଥିବା ଆର୍ଥିକ ପ୍ରତିବନ୍ଧକୁ ଚୀନ ବିରୋଧ କରିଛି । ଏଥିସହିତ ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପଛରେ ଆମେରିକାକୁ ଚୀନ ଦାୟୀ କରିଛି । ଚୀନ ବିଦେଶ ମନ୍ତ୍ରଣାଳୟର କହିଛି ଯେ, ପ୍ରଥମ ପର୍ଯ୍ୟାୟ ସାହଯ୍ୟ ୟୁକ୍ରେନକୁ ହସ୍ତାନ୍ତର କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଖୁବଶୀଘ୍ର ପଠାଯିବ ।