ଜାମ୍ମୁ-କଶ୍ମୀରରେ ବିସ୍ଫୋରଣ: ଜଣେ ମୃତ

ନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରର ଉଧମପୁରସ୍ଥିତ ସଲାଥିୟା ଚୌକରେ ବିସ୍ଫୋରଣ ଘଟିଛି । ଫଳରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଛି ଓ ୧୩ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ବମ ନିରୋଧକ ଓ ଏଫଏସଏଲ ଟିମ ପହଂଚି କେଉଁ କାରଣରୁ ବିସ୍ଫୋରଣ ଘଟିଛି ତାହା ଯାଞ୍ଚ କରୁଛନ୍ତି । ଅନ୍ୟପଟେ ସ୍ଥାନୀୟ ଲୋକ ଓ ପୁଲିସ ଗୁରୁତର ଆହତଙ୍କୁ ହସ୍ପିଟାଲ ପହଞ୍ଚାଇଥିଲେ ।