ଆସନ୍ତା ୨୬ରେ ଭୁବନେଶ୍ୱର ବାର ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ବାର ପକ୍ଷରୁ ଚୂଡ଼ାନ୍ତ ପ୍ରାର୍ଥୀପତ୍ର ଘୋଷଣା କରାଯାଇଛି । ଚଳିତ ନିର୍ବାଚନରେ ସଭାପତି ପଦ ପାଇଁ ୫ ଜଣ ପ୍ରାର୍ଥୀ ଓ ସାଧାରଣ ସମ୍ପାଦକ ପଦ ଲାଗି ୩ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ବରିଷ୍ଠ ଓକିଲ ନିର୍ମଳ କିଶୋର ରଥ, ତୁଷାରକାନ୍ତି ମହାପାତ୍ର, ପ୍ରମୋଦ କୁମାର ପଟ୍ଟନାୟକ, ରବି ନାରାୟଣ ସାମନ୍ତରାୟ, ଶିବ ପ୍ରସାଦ ସିଂହ ପ୍ରମୁଖ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି ।

ସେହିପରି ଉପସଭାପତି ପଦ ପାଇଁ ଅଭିମନ୍ୟୁ ସ୍ୱାଇଁ, ଅଞ୍ଜନ କୁମାର ସାମନ୍ତରାୟ ମୈଦାନକୁ ଓହ୍ଲାଇଛନ୍ତି । ସାଧାରଣ ସମ୍ପାଦକ ପଦ ପାଇଁ ବିଶ୍ୱ ନାରାୟଣ ମହାନ୍ତି, ରାଜ କିଶୋର ଦାସ, ତପନ କୁମାର ହରିଚନ୍ଦନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । କୋଷାଧ୍ୟକ୍ଷ ପଦ ପାଇଁ ଦିବାକର ମିଶ୍ର, ଜଗଦୀପ ବେହେରା, ମନେଶ କୁମାର ନାୟକ, ରଶ୍ମିଜିତ କେଶରୀ ପ୍ରାର୍ଥୀ ହୋଇଛନ୍ତି ।