ଜଟଣୀରୁ ୧.୩୨ କୋଟିର ବ୍ରାଉନ ସୁଗାର ଜବତ: ୩ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି ନିଶା କାରବାର । ଖୋର୍ଦ୍ଧାରୁ ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନ୍ ସୁଗାର । ପ୍ରାୟ ୧.୩୨୦ କିଗ୍ରା ଡ୍ରଗ୍ସ ଜବତ କରିଛି ଏସ୍ଟିଏଫ୍ । ଖୋର୍ଦ୍ଧାର ଜଟଣୀ ଅନ୍ତର୍ଗତ ରାଜାବଜାରରୁ ଏହି ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯାଇଛି ।

ଏହା ସହିତ ଏହି ମାମଲାରେ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଜବତ ହୋଇଥିବା ବ୍ରାଉନ୍ ସୁଗାରର ମୂଲ୍ୟ ପ୍ରାୟ ୧ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ବ୍ରାଉନ୍ ସୁଗାର ସହିତ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଜବତ କରାଯାଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ୍ ପକ୍ଷରୁ ଅଚାନକ ଚଢଉ କରାଯିବା ସହିତ ଏକ ବଡ ଧରଣର ଡ୍ରଗ୍ସ ଚାଲାଣକୁ ରୋକା ଯାଇ ପାରିଛି ।