e-KYC again: ଯୋଗ୍ୟ ହିତାଧିକାରୀଙ୍କ ପ୍ରତି ଅନ୍ତିମ ସୁଯୋଗ
e-KYC again: ଯୋଗ୍ୟ ହିତାଧିକାରୀଙ୍କ ପ୍ରତି ଅନ୍ତିମ ସୁଯୋଗ
ରାସନ୍ ଚାଉଳରୁ ବଂଚିତ ହୋଇଯିବେ ସାଢ଼େ ୧୫ ଲକ୍ଷ ହିତାଧିକାରୀ ।
ପ୍ରକୃତ ହିତାଧିକାରୀ ଯେପରି ଇ-କେୱାଇସି ପଦ୍ଧତିରୁ ବାଦ ନପଡ଼ନ୍ତି ।
ସେଥିପ୍ରତି ଦୃଷ୍ଟି ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତିମ ବାର ଇ-କେୱାଇସି ସୁଯୋଗ ଦେବାକୁ ବହୁ ସଂଗଠନ ମତାମତ ପ୍ରକାଶ କରିଛନ୍ତି ।
ଇ-କେୱାଇସି ଛାଟ ଜରୁରୀ ଥିଲା । ପ୍ରାୟ ୧୫ ଲକ୍ଷ ୫୭ ହଜାରରୁ ଅଧିକ ହିତାଧିକାରୀ ରାସନ୍ ଚାଉଳରୁ ବଂଚିତ ହେବେ ।
ନଭେମ୍ବର ମାସରୁ ମୋହନ ସରକାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଅକ୍ଟୋବର ଶେଷ ସୁଦ୍ଧା ରାସନ୍ କାର୍ଡ ହିତାଧିକାରୀଙ୍କୁ ଇ-କେୱାଇସି ସାରିବାକୁ କୁହାଯାଇଥିଲା ।
ନଭେମ୍ବର ୨୯ ତାରିଖ ସୁଦ୍ଧା ପ୍ରାୟ ୧୫ ଲକ୍ଷ ୫୭ ହଜାର ହିତାଧିକାରୀ ଇ-କେୱାଇସି କରିନାହାନ୍ତି ।
ସରକାରଙ୍କ ପକ୍ଷରୁ ଘରକୁ ଘର ଯାଇ ହିତାଧିକାରୀଙ୍କ ଇ-କେୱାଇସି କରାଯିବା ଉଚିତ । ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ରାସନ ଚାଉଳ ଯୋଗାଣ ବନ୍ଦ କରିବା ପାଇଁ ଏଭଳି ପଦକ୍ଷେପ ଜରୁରୀ ଥିଲା ବୋଲି ଯୋଗାଣ ମନ୍ତ୍ରୀ କହନ୍ତି ।
ଗଞ୍ଜାମ ଜିଲ୍ଲାର ସର୍ବାଧିକ ହିତାଧିକାରୀ ଇ-କେୱାଇସି ପ୍ରତି ଦୃଷ୍ଟି ଦେଇନାହାନ୍ତି । ଅଧିକାଂଶ ଗ୍ରାମାଂଚଳରେ ନେଟ୍ ୱାର୍କ ସମସ୍ୟା କାରଣରୁ ଇ-କେୱାଇସି ବାଧାପ୍ରାପ୍ତ ହୋଇଛି ।
ରାସନ ଚାଉଳ ହରାଇବା ଭୟରେ କିଛି ହିତାଧିକାରୀ ଇ-କେୱାଇସି ବ୍ୟବସ୍ଥାକୁ ଏଡାଇ ଯାଉଛନ୍ତି । ଇତି ମଧ୍ୟରେ କେନ୍ଦ୍ର ସରକାର ଇ-କେୱାଇସି ପ୍ରକ୍ରିୟାକୁ ବନ୍ଦ କରିଛନ୍ତି ।
ଯୋଗ୍ୟ ହିତାଧିକାରୀଙ୍କ ଭିତରୁ କୌଣସି ଜଣେ ଯେପରି ବାଦ ନ ପଡ଼ନ୍ତି । ସେଥିପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେବା ଉଚିତ ।
ତା’ ନହେଲେ ରାଜ୍ୟ ସରକାରଙ୍କୁ କୋର୍ଟ କଚେରୀକୁ ଯିବାକୁ ପଡ଼ିପାରେ ।
କେନ୍ଦ୍ର ସରକାର ଦ୍ୱିତୀୟ ଥର ପାଇଁ ଇ-କେୱାଇସି ସୁଯୋଗ ଦେବାକୁ ବିଭିନ୍ନ ସଂଗଠନ ଅନୁରୋଧ କରିଛନ୍ତି ।