ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ, ଅବସରପ୍ରାପ୍ତ ଅଧିକାରୀ ଗିରଫ

ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ ନୂଆପଡ଼ା ଜିଲ୍ଲାର ପୂର୍ବତନ ମୁଖ୍ୟ ଜିଲ୍ଲା ପ୍ରାଣୀଧନ ଅଧିକାରୀ ତ୍ରିଲୋଚନ ଧଳଙ୍କୁ ଗିରଫ କରିଛି ।

ତା’ ସହିତ ପ୍ରାଣୀଧନ କାର୍ଯ୍ୟାଳୟର କାର୍ଯ୍ୟରତ ଅଧିକାରୀ ଅଶୋକ କୁମାର ଦାଉଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଦୁହେଁ ସଲାସୁତରା କରି ରାଜକୋଷରୁ ପ୍ରାୟ ୧୮ ଲକ୍ଷ ଟଙ୍କା ଆତ୍ମସାତ୍ କରିଛନ୍ତି । ସରକାରୀ ପାଣ୍ଠିରୁ ବ୍ୟକ୍ତିଗତ ପାଣ୍ଠିକୁ ଟଙ୍କା ସ୍ଥାନାନ୍ତର କରି ଖସିଯିବାକୁ ବସିଥିଲେ ।

ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇବା ପରେ ଭିଜିଲାନ୍ସ ଅଧିକାରୀମାନେ ଖୋଳତାଡ଼ ଆରମ୍ଭ କରିଥିଲେ ।