ଗୁଡ଼ ଏବଂ ଜିରା ଦୁଇଟିଯାକ ଏପରି ଏକ ସାଧାରଣ ଖାଦ୍ୟ ଯାହା ସମସ୍ତଙ୍କ ରୋଷେଇ ଘରେ ଦେଖିବାକୁ ମିଳେ। ଖାଦ୍ୟକୁ ଅଧିକ ସ୍ବାଦିଷ୍ଟ କରିବା ପାଇଁ ଜିରାର ବ୍ୟବହାର କରାଯାଇଥାଏ। ସ୍ବାଦ ସହିତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏହାକୁ ଲାଭଦାୟକ ବୋଲି କୁହାଯାଇଥାଏ। ସେହିପରି ଗୁଡ଼ ମଧ୍ୟ ବିଭିନ୍ନ ପ୍ରକାର ପୋଷକରେ ଭରପୂର। ଗୁଡ଼ ଏବଂ ଜିରାର ପାଣି ପିଇବା ଦ୍ବାରା ଅନେକ ପ୍ରକାର ରୋଗରୁ ଉପଶମ ମିଳିଥାଏ। ଆସନ୍ତୁ ଜାଣିବା ଜିରା ଏବଂ ଗୁଡ଼ ପାଣି ପିଇବା ଦ୍ବାରା କେଉଁ କେଉଁ ରୋଗରୁ ଉପଶମ ମିଳିଥାଏ।
ପେଟ ସମସ୍ୟାରୁ ମୁକ୍ତି: ଜିରା ଏବଂ ଗୁଡ଼ ପେଟର ସମସ୍ୟା ଦୂର କରିଥାଏ। କୋଷ୍ଠକାଠିନ୍ୟ,ପେଟବ୍ୟଥା,ଗ୍ୟାସ୍,ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ମିଳିବା ପାଇଁ ଜିରା ଓ ଗୁଡ଼ର ରସକୁ ବ୍ୟବହାର କରାଯାଏ।
.ଯନ୍ତ୍ରଣାରୁ ମୁକ୍ତି: ପିଠି ଏବଂ ଅଣ୍ଟାବ୍ୟଥାରୁ ମୁକ୍ତି ଦେବା ପାଇଁ ମଧ୍ୟ ଜିରା ଏବଂ ଗୁଡ଼ ପାଣି ସାହାଯ୍ୟ କରିଥାଏ। ଏହା ବ୍ୟତୀତ ମହିଳାମାନଙ୍କର ଋତୁସ୍ରାବରେ ହରମୋନାଲ ପରିବର୍ତ୍ତନ ଯୋଗୁଁ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ। ଏହି ସବୁ ସମସ୍ୟାରୁ ମଧ୍ୟ ଜିରା ଏବଂ ଗୁଡ଼ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
ମୁଣ୍ଡବ୍ୟଥାରୁ ଆରାମ: ଏହା ଦ୍ବାରା ମୁଣ୍ଡବ୍ୟଥାରୁ ମଧ୍ୟ ମୁକ୍ତି ମିଳିଥାଏ। ଆପଣ ଯଦି ବାରମ୍ବାର ମୁଣ୍ଡବ୍ୟଥା ଭୋଗ କରୁଥାନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ବ୍ୟତୀତ ଗୁଡ଼ ଏବଂ ଜିରା ପାଣି ଜ୍ବରକୁ ମଧ୍ୟ ଠିକ୍ କରିଥାଏ।
ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି : ଜିରା ଏବଂ ଗୁଡ଼ ଶରୀରରୁ ବିଷାକ୍ତ ତତ୍ତ୍ବକୁ ବାହାର କରି ପ୍ରାକୃତିକ ଗୁଣକୁ ଜମା କରିଥାଏ। ଏହା ଆମ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ। ଏହା ଦ୍ବାରା ଆମେ ରୋଗମୁକ୍ତ ରହୁ।
କିପରି ପ୍ରସ୍ତୁତ କରିବେ: ଜିରା ଏବଂ ଗୁଡ଼ ପାଣି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟିଏ ତାଟିଆରେ ୨କପ୍ ସାଧା ପାଣି ନିଅନ୍ତୁ। ଏହା ପରେ ୧ଚାମଚ ଗୁଣ୍ଡ ହୋଇଥିବା ଗୁଡ଼ ଏବଂ ୧ଚାମଚ ଜିରା ମିଶାଇ ତାକୁ ଫୁଟାଇ ଦିଅନ୍ତୁ। ଫୁଟାଇବା ପରେ ଏହି ପାଣିକୁ ଆପଣ ପିଇ ପାରିବେ।