କିଭ୍‌ ରାସ୍ତାରେ ବିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରୁଷ ଆକ୍ରମଣ ମଧ୍ୟରେ ବିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ୟୁକ୍ରେନ ଗସ୍ତ କରି କିଭରେ ପହଞ୍ଚିଛନ୍ତି । କିଭରେ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ସାକ୍ଷାତ କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମୁଖ୍ୟ ସହଯୋଗୀ ଆନ୍ଦ୍ରି ସିବିହା ସୋସିଆଲ ମିଡିଆରେ ଏହି ସାକ୍ଷାତକାରର ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଉଭୟ ଜନସନ୍‌ ଓ ଜେଲେନସ୍କି ଏକ ବଡ ଟେବଲ ନିକଟରେ ପରସ୍ପର ସାମ୍ନାରେ ବସିଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୪ର ୟୁକ୍ରେନ ଉପରେ ରୁଷ ଆକ୍ରମଣ ପରଠାରୁ ଇଂଲଣ୍ଡ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇବା ସହ ରୁଷ ଉପରେ କଡା ପ୍ରତିବନ୍ଧକ ଲଗାଇଛି ଇଂଲଣ୍ଡ ।