କଟକ : ଓଡ଼ିଶାରେ କ୍ରମାଗତ ହାତୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଏ ସମ୍ପର୍କିତ ଏକ ଜନହିତ ମାମଲାର ଶୁଣାଣି କରି ମୁଖ୍ୟବିଚାରପତିଙ୍କ ଖଣ୍ଡପୀଠ ପିସିସିଏଫ ୱାଇଲ୍ଡ ଲାଇଫଙ୍କୁ ଜବାବ ତଲବ କରିଛନ୍ତି । ସମ୍ପୃକ୍ତ ବିଭାଗୀୟ ମୁଖ୍ୟଙ୍କୁ ଅଗଷ୍ଟ ୮ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।