ମଙ୍କିପକ୍ସକୁ ନେଇ ସର୍ଭେଲାନ୍ସ ବଢ଼ାଯିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ…

ଭୁବନେଶ୍ୱର : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବିଶେଷଜ୍ଞ ଡାକ୍ତରମାନଙ୍କୁ ମଙ୍କିପକ୍ସ ବାବଦରେ ସଚେତନ କରାଇବା ସହ ଗାଇଡଲାଇନ ବିଷୟରେ ପୂର୍ବରୁ ଅବଗତ କରାଯାଇଛି । ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ସେ କହିଛନ୍ତି ଯେ, ଯେଉଁମାନଙ୍କର ଲକ୍ଷଣ ଥିବ ସେମାନଙ୍କୁ କିଭଳି ପରୀକ୍ଷା କରାଯିବ ଏନେଇ ଆରଏମଆରସି ସହିତ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି । ସାରା ଦେଶରେ ୧୫ଟି ସ୍ଥାନରେ ମଙ୍କିପକ୍ସ ପରୀକ୍ଷା କରାଯାଉଛି । ମଙ୍କିପକ୍ସକୁ ନେଇ ସର୍ଭେଲାନ୍ସ ବଢ଼ାଯିବ । ଏମିତିକି ସମସ୍ତ ମେଡିକାଲ କଲେଜକୁ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏଭଳି ଲକ୍ଷଣ ଆସୁଛି ତେବେ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।