ନୂଆଦିଲ୍ଲୀ: ରୁଷର ଘନ ଘନ ମିସାଇଲ ମାଡରେ ଛାରଖାର ହୋଇଗଲାଣି ୟୁକ୍ରେନର ଅନେକ ସହର । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶ ଛାଡି ପଳାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏଭଳି ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜ କାର୍ଯ୍ୟାଳୟରୁ ଭିଡିଓ ଜାରି କରି ସମସ୍ତଙ୍କୁ ଚୁପ କରାଇ ଦେଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ମୁଁ ଏବେ ୟୁକ୍ରେନ ରାଜଧାନୀ କିଭରେ ଅଛି ।
ସେହିପରି ସେ କହିଛନ୍ତି ଯେ, ମୁଁ ଲୁଚିନି କି କାହାକୁ ଡରୁନି । ଦେଶଭକ୍ତି ପାଇଁ ଲଢିବାକୁ ଯାଉଥିବା ଯୁଦ୍ଧକୁ ଜିତିବା ପାଇଁ ମୁଁ ଯଥାସମ୍ଭବ ପ୍ରୟାସ କରିବି । ପ୍ରତି ସହର ଓ ପ୍ରତି ଗଳିରେ ରୁଷ ସୈନ୍ୟକୁ ଜବାବ ଦିଆଯାଉଛି । ଆମ ନାଗରିମାନେ ହିରୋ ଭଳି ସେମାନଙ୍କୁ ପ୍ରତିରୋଧ କରୁଛନ୍ତି ।