ତେନ୍ଦୁଲକରଙ୍କୁ ଟପିଲେ ଷ୍ଟିଭ ସ୍ମିଥ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଟେଷ୍ଟ ଉପଅଧିନାୟକ ଷ୍ଟିଭ ସ୍ମିଥ ଭାରତୀୟ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ସେ ୧୫୦ ଟେଷ୍ଟ ଇନିଂସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାରେ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି । ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟରେ ୬୧ତମ ଅର୍ଦ୍ଧଶତକ କରିଛନ୍ତି ସ୍ମିଥ । ସେହିପରି ଷ୍ଟିଭ ସ୍ମିଥ ଟେଷ୍ଟ କ୍ରିକେଟରେ ୮ହଜାର ରନ କ୍ଲବରେ ସାମିଲ ହୋଇସାରିଛନ୍ତି । ନିକଟରେ ପାକିସ୍ତାନରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟରେ ୭୮ ରନର ଇନିଂସ ଖେଳିଥିଲେ ଷ୍ଟିଭ ସ୍ମିଥ । କିନ୍ତୁ ଏହି ପ୍ରଥମ ଟେଷ୍ଟ ଡ୍ର ହୋଇଥିଲା ।