ନୂଆଦିଲ୍ଲୀ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପଏଣ୍ଟ ଟେବୁଲରେ ଭାରତ ତଳକୁ ତଳକୁ ଖସୁଛି । ତେବେ ଏନେଇ ଭାରତର ନୂତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବା ନେଇ ଜଣାପଡିଛି । ସୂଚନାଯୋଗ୍ୟ ଯେ, ନିକଟରେ ଖେଳାଯାଇôଥବା ନ୍ୟୁଜିଲାଣ୍ଡ-ସାଉଥ ଆଫ୍ରିକା ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨୨୭ ରନରେ ଅଲଆଉଟ କରିଥିଲା ଦକ୍ଷିଣ ଆଫ୍ରିକା । ତେବେ ମ୍ୟାଚ ଶେଷ ହେବାପରେ ଆଇସିସି ଟେଷ୍ଟ ରାଙ୍କିଂରେ ବ୍ୟାପକ ଅଦଳବଦଳ ହୋଇଛି । ଯାହା ଟିମ ଇଣ୍ଡିଆ ପାଇଁ ଚିନ୍ତା ବଢାଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବିଜୟ ପରେ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକ ଉଠିଛି ଦକ୍ଷିଣ ଆଫ୍ରିକା ଟିମ । ସେହିପରି ୪ର୍ଥ ସ୍ଥାନରେ ଥିବା ଭାରତ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛି ।
ଅନ୍ୟପକ୍ଷରେ ମ୍ୟାଚ ହାରିବା ୬ଷ୍ଠ ସ୍ଥାନକୁ ଖସିଛି ନ୍ୟୁଜିଲାଣ୍ଡ ଦଳ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଛି ଶ୍ରୀଲଙ୍କା । ସେହିପରି ଭାରତ ଚଳିତ ସିଜିନରେ ମୋଟ ୩ଟି ସିରିଜ ଖେଳିଥିବା ବେଳେ ୪ଟି ମ୍ୟାଚରେ ବିଜୟ, ୩ଟିରେ ପରାଜୟ ଏବଂ ୩ଟି ଡ୍ର ରହିବା ସହ ପେନାଲିଟି ଓଭର ପାଇଁ ଭାରତର ୩ଟି ପଏଣ୍ଟ ମଧ୍ୟ କଟିଛି । ମୋଟାମୋଟି ଭାବେ କହିବାକୁ ଗଲେ ଭାରତ ପାଇ ଆଗାମୀ ଦିନରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖେଳିବା ଏକ ଚ୍ୟାଲେଞ୍ଜ ହୋଇପାରେ ପ୍ରକାଶ ପାଉଛି । ସବୁଠୁ ବଡ କଥା ହେଉଛି ଭାରତୀୟ ଟିମର ଟେଷ୍ଟ ଅଧିନାୟକ ହେବାପରେ ରୋହିତ ଶର୍ମାଙ୍କ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ହେବ । ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ବିଜୟ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।