ରୁଷରେ ଗୁଗୁଲର ଡିଜିଟାଲ ଷ୍ଟ୍ରାଇକ!

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ଭିତରେ ଏହାରି ଭିତରେ ଗୁଗଲ ଏକ ବଡ଼ ନିଷ୍ପତ୍ତି ନେଇଛି । ଯାହା ରୁଷ ବିରୋଧରେ ଗୁଗୁଲର ଡିଜିଟାଲ ଷ୍ଟ୍ରାଇକ ଭଳି ହୋଇଛି । ଗୁଗଲ ରୁଷିଆ ଟୁଡେ ଏବଂ ସ୍ପୁଟିନିକର ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିବାକୁ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ ଯେ, ଗୁଗଲ ଏହି ନିଷ୍ପତ୍ତି ନେବା ପରେ ସାରା ୟୁରୋପରେ ଏହି ଦୁଇ ମିଡିଆ ସଂସ୍ଥାର ୟୁଟ୍ୟୁବ ଚ୍ୟାନେଲ ବନ୍ଦ ରହିବ ।

ରୁଷିଆ ଟୁଡେ ଏବଂ ସ୍ପୁଟିନିକ ରୁଷର ସରକାରୀ ଗଣମାଧ୍ୟମ ସଂସ୍ଥା ଏବଂ ଏହାର ପ୍ରସାରଣକୁ ବ୍ଲକ କରିବା ଉପରେ ୟୁଟ୍ୟୁବର ମୁଖପାତ୍ର ଏକ ବୟାନ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଫେସବୁକ ସମାନ ନିଷ୍ପତ୍ତି ନେଇଥିଲା । ମେଟାରେ ରୁଷ ମିଡିଆର କୌଣସି ସାମଗ୍ରୀ ଉପଲବ୍ଧ ନକରାଇବା ନେଇ ଫେସବୁକ ଘୋଷଣା କରିଥିଲା । ସେହିପରି ଗୁଗଲର ଏହି ନିଷ୍ପତ୍ତି ଉପରେ ରୁଷ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଏପର୍ଯ୍ୟନ୍ତ ମିଳିପାରିନାହିଁ ।