କାମାକ୍ଷାନଗର: ଶୁକ୍ରବାର ଦିନ ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗରରେ ଅବସ୍ଥିତ ମଦ କାରଖାନା ଉପରେ ଆୟକର ବିଭାଗ ଚଢ଼ଉ କରିଛି । ସୂଚନା ମୁତାବକ ଆୟକର ବିଭାଗର ଦୁଇଟି ଟିମ୍ ଶୁକ୍ରବାର ସକାଳେ ଶକ୍ତି ମଦ କାରଖାନାରେ ପହଂଚିଥିଲେ ।
ବୌଦ୍ଧ ମଦ କାରଖାନା ଓ ଶକ୍ତି ମଦ କାରଖାନା ଭିତରେ ବ୍ୟବସାୟିକ ସଂପର୍କ ରହିଥିବା ଆୟକର ବିଭାଗ ଜାଣିବାକୁ ପାଇଛି ।
ବିଭିନ୍ନ ବ୍ରାଣ୍ଡର ମଦ ତିଆରି କରିଥାଏ ଶକ୍ତି ମାଲଟାରେ ଆଣ୍ଡ୍ ଲିମୋନାଡେ଼ ପ୍ରାଇଭେଟ୍ ଲିମିଟେଡ୍ । ଚଢ଼ଉର କାରଣ ଟିକସ ଫାଙ୍କି ଅବା ଆଉ କିଛି? ତାହା ଅଦ୍ୟାବଧି ସ୍ପଷ୍ଟ କରିନି ଆୟକର ବିଭାଗ ।
ଶୁଣିବାକୁ ମିଳିଛି, ଶକ୍ତି କାରଖାନାରେ ତିଆରି କରାଯାଉଥିବା ମଦ ସ୍ପିରିଟ୍ ବୌଦ୍ଧ ମଦ କାରଖାନାରୁ ଆସୁଥିଲା । ମନେପକାନ୍ତୁ, ବୌଦ୍ଧ ମଦ କାରଖାନା ଓ ତା’ର ଚେରକୁ ଟାଣି ଓଟାରି ଆୟକର ବିଭାଗ ପ୍ରାୟ ୩୨୦ କୋଟି ଟଙ୍କା ଜବତ କରିଥିଲା ।