ହାର୍ଦ୍ଦିକ ପାଣ୍ଡ୍ୟା ଏବେ ମୁମ୍ବାଇ ଇଣ୍ଡିଆନ ଅଧିନାୟକ

ମୁମ୍ବାଇ: ଆଇପିଏଲ ୨୦୨୪ ସଂସ୍କରଣ ପାଇଁ ମୁମ୍ବାଇ ଇଣ୍ଡିଆନ ଅଧିନାୟକ ଦାୟିତ୍ୱ ତୁଲାଇବେ ଅଲ-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।  ତାଙ୍କ ପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ ଆଇପିଏଲ ଖେଳୁଥିଲା ।

ସଚିନଙ୍କଠାରୁ ଆରମ୍ଭ କରି ହରଭଜନ, ରିକିଙ୍କଠାରୁ ଆରମ୍ଭ କରି ରୋହିତଙ୍କ ଭଳି ଧୁରନ୍ଧର ଖେଳାଳିମାନେ ମୁମ୍ବାଇ ଇଣ୍ଡିଆନ ମୁଣ୍ଡରେ ପ୍ରାୟ ୫ ଥର ଆଇପିଏଲ ମୁକୁଟ ପିନ୍ଧାଇଛନ୍ତି ।

ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିୟାନ ତା’ର ଚାମ୍ପିଅନ ଧାରା ବଜାୟ ରଖିବ ବୋଲି ଆଶା ପ୍ରକାଶ କରିଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମାହେଲା ଜୟବର୍ଦ୍ଧନେ ।