ଭାରତ ଇତିହାସକୁ ସମୃଦ୍ଧ କରିଥିବା ବୀରମାନଙ୍କ ଭିତରେ ମେୱାର ଶାସକ ମହାରାଣା ପ୍ରତାପ ଅନ୍ୟତମ। ସେ ଏକମାତ୍ର ରାଜପୁତ ମହାରାଜା ଯେ ମୋଗଲ ସମ୍ରାଟ ଆକବରଙ୍କ ବଶ୍ୟତା ସ୍ୱୀକାର କରି ନଥିଲେ। ରାଣା ପ୍ରତାପଙ୍କ ବୀରତ୍ୱ ଆଜି ମଧ୍ୟ ଲୋକମୁଖରେ ଚର୍ଚ୍ଚିତ। ଦୟା, କ୍ଷମା ଓ ବୀରତ୍ୱର ପ୍ରତୀକ ରାଣା ପ୍ରତାପ ଉଦୟପୁର ସିସୋଦିୟା ବଂଶଧର। ତାଙ୍କର ଜନ୍ମ ୧୫୪୦ ମସିହା ମେ’ ୯ ତାରିଖରେ ମେୱାରରେ ହୋଇଥିଲା। ମାତୃଭୂମିର ଗୌରବ ରକ୍ଷା କରିବା ପାଇଁ ସେ ଯୁଦ୍ଧକ୍ଷେତ୍ରରେ ୧୫୯୭ ମସିହା ଜାନୁଆରୀ ୨୯ ତାରିଖ ଦିନ ବୀରଗତି ପ୍ରାପ୍ତ ହୋଇଥିଲେ।
Prev Post
Next Post