ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀପତ୍ରକୁ ନେଇ ଆସିଲା ବଡ଼ ଖବର

ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀପତ୍ରକୁ ନେଇ ଆସିଲା ବଡ଼ ଖବର

ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ଥିବା ବେଳେ ଏକ ବଡ଼ ଖବର ସାମ୍ନକୁ ଆସିଛି।।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣା ପଡିଛି। ହିଞ୍ଜିଳି ବିଧାନସଭା ଆସନ ପାଇଁ ନବୀନ ଛତ୍ରପୁରରେ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ୟ୍ୟକ୍ରମ ରହିଛି । ଏହା ପୂର୍ବରୁ ନବୀନ ତାରା ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ ।

୧୧ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ତାରା ତାରିଣୀ ମନ୍ଦିର ପହଂଚିବାର କାର୍ୟ୍ୟକ୍ରମ ରହିଛି । ସେହିପରି ୧୨ଟା ୩୫ ମିନିଟରେ ଛତ୍ରୁପୁରରେ ଥିବା ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ନବୀନ ନାମାଙ୍କନ ପତ୍ର ଦାଖଲ କରିବେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା ଭି.କେ ପାଣ୍ଡିଆନ୍ ଉପସ୍ଥିତ ରହିବେ ।

ଚଳିତ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ହିଞ୍ଜିଳି ସହିତ କଂଟାବାଞ୍ଝିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ନବୀନ ପଟ୍ଟନାୟକ । ନିକଟରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ।