ନବୀନଙ୍କ ପାଇଁ ବିପଦରେ ଓଡ଼ିଆ ଅସ୍ମିତା

ବିପଦରେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାଷା

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ନରେନ୍ଦ୍ର ମୋଦି। ଦେଶରେ ସାଧାରଣ ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନବୀନଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଆ ଭାଷା ଓ ଓଡ଼ିଆ ଜାତିର ଅସ୍ମିତାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ନବୀନ ୨୫ ବର୍ଷ ହେଲାଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି । ହେଲେ ଓଡ଼ିଆ ଭାଷା କହିବା ଓ ବୁଝିବା ତାଙ୍କ ପାଇଁ ଏବେ ବି ଅସମ୍ଭବ । ଏହାକୁ ନିଜର ନିର୍ବାଚନୀ ମୁଦା ବନାଇଚନ୍ତି ମୋଦି । ପୂର୍ବରୁ ଅନେକ ବାର ନବୀନଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି କହିଥିବା ମୋଦି ନିର୍ବାଚନ ପୂର୍ବରୁ ନିଜର ରଙ୍ଗ ବଦଳାଇଛନ୍ତି ।

ନବୀନ ପଟ୍ଟନାୟକ ଓଡ଼ିଆ ଅସ୍ମିତା ପ୍ରତି ବିପଦ ବୋଲି ମୋଦି କହିଛନ୍ତି । ଲୋକସଭା ତଥା ରାଜ୍ୟ ସଭାରେ ଅନେକ ଗୁରୁତ୍ୱପୁର୍ଣ୍ଣ ବିଲ ପାସ ହେବା ସମୟରେ ବିଜେଡି ଆମକୁ ସମର୍ଥନ ଦେଇଛି । କିନ୍ତୁ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ବିଜେଡି ସରକାରରେ ରହିଥିଲେ ମଧ୍ୟ ଓଡ଼ିଆ ଭାଷା ଏବଂ ଓଡ଼ିଆ ଅସ୍ମିତା ବର୍ତ୍ତମାନ ବିପଦରେ ରହିଛି ।

ଓଡ଼ିଶାବାସୀ ଆଉ ଅଧିକ ସମୟ ଏହାକୁ ବରଦାସ୍ତ କରିବେ ନାହିଁ ବୋଲି ମୋଦି କହିଛନ୍ତି । ଓଡ଼ିଶା ଏଭଳି ଏକ ରାଜ୍ୟ ଯାହା ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ । ଦେଶର ସବୁଠୁ ଧନୀ ରାଜ୍ୟ ହେବାର କ୍ଷମତା ମଧ୍ୟ ଓଡ଼ିଶା ପାଖରେ ରହିଛି କିନ୍ତୁ ରାଜ୍ୟରେ ବିଜେଡି ସରକାରର ଅପାରଗତା କାରଣରୁ ଓଡ଼ିଶା ଏବେ ବି ଦେଶର ଅନ୍ୟତମ ଦରିଦ୍ର ରାଜ୍ୟ ଭାବେ ରହି ଆସିଛି ।

ଆସନ୍ତା ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ରାଜ୍ୟ ବିକାଶରେ ନୂତନ ସୂର୍ଯ୍ୟଦ୍ଵୟ ହେବ ବୋଲି ମଧ୍ୟ ମୋଦି କହିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ନିର୍ବାଚନ ପୂର୍ବରୁ ବିଜେଡି ବିଜେପି ମେଣ୍ଟ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ହେଲେ ଆସନ ବୁଝାମଣାକୁ ନେଇ ଭାଗ ନ ଛିଡ଼ିବା କାରଣରୁ ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ୁଛନ୍ତି ।