ଧୀରେ ଧୀରେ ପାଖେଇ ଆସୁଛି ନୂଆପଡାଉପନିର୍ବାଚନ ତାରିଖ । ଆଉ ଏହାର ଭିତରେ ସରଗରମ ହେବାର ଲାଗିଛି ରାଜ୍ୟ ରାଜନୀତି ।ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଚି । ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ନୂଆପଡା ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ।
୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ପ୍ରକ୍ରିୟା । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ଆଉ ୧୪ ତାରିଖରେ ଫଳାଫଳ ପ୍ରକାଶ ପାଇବ । ସେଥିପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ମାଓପ୍ରବଣ ଅଞ୍ଚଳରେ ଥିବା ୪୭ଟି ସମ୍ବେଦନଶୀଳ ବୁଥ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି। ନିର୍ବାଚନ ପରିଚାଳନା ପାଇଁ ୧୪ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ୍ ଫୋର୍ସ ମୁତୟନ ହେବେ। ଏ ନେଇରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।ସେପଟେ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପିଆଉ ବିଜେଡି ଭିତରେ ଚାଲିଛି ଛକାପଞ୍ଝା |
ଉଭୟ ଦଳ ଏଯାଏଁ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି | ବିଜେଡି ଜୟଙ୍କୁ ପ୍ରାର୍ଥୀ କରିବାକୁ ସ୍ବପ୍ନ ଦେଖୁଥିବା ବେଳେ ଏବେ ତାହା ଭାଙ୍ଗି ରୁଜି ଚୂରମାଡ ହୋଇଯାଇଛି. କାରଣ ଜୟ ଏବେ ବିଜେପିରେ ମିଶି ସାରିଛନ୍ତି. ଆଉ ତାଙ୍କୁ ଟିକେଟ୍ ଦେଇ ବିଜେପି ଏଥର ଅନୁକମ୍ପା ଭୋଟକୁ ନିଜ ସପକ୍ଷରେ ନେବାକୁ ଅଙ୍କ କଷୁଛି | ସେପଟେ ବିଜେଡି ଏବେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ବିଜେଡି ମୁଣ୍ଡରେ ଚଡକ ପଡିଛି. କାରଣ ଜୟ ବିଜେଡିରୁ ପାର୍ଥି ହୋଇଥିଲେ ବିଜେଡି ଜିତିବାର ଯେଉଁ ସମ୍ଭାବନା ରହିଥିଲା ତାହା ଏବେ ଏବେ କ୍ଷୀଣ ହେବାରେ ଲାଗିଛି. ତେଣୁ ବିଜେଡିର ପ୍ରାର୍ଥୀ କିଏ ହେବ, ତାହା ଏବେ ବଡ ପ୍ରଶ୍ନ ହୋଇ ଉଭା ହୋଇଛି.ଏବେ ବି ଅନେକ ନେତା ଅଛନ୍ତି, ହେଲେ ବିଜେଡି ସୁପ୍ରିମୋ କାହାକୁ ଭରସା କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ।