ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମାଡ଼ରୁ ତ୍ରାହି ମିଳିଲାନି

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସକୁ ଜି ଏସ୍ ଟି ତାଲିକାଭୁକ୍ତ କରିନାହାନ୍ତି କେନ୍ଦ୍ର ସରକାର । ଦଶହରା ଭେଟି ଦେବାର ଥିଲେ ଏହି ତିନୋଟି ଜିନିଷକୁ ଜି ଏସ୍ ଟି ତାଲିକାଭୁକ୍ତ କରିଥିଲେ ହୁଏତ ‘ନାଗରିକ ଦେବୋ ଭବ’ ଶବ୍ଦଟା ମୋଦୀଙ୍କ ମୁହଁକୁ ବେଶ ମାନିଥାନ୍ତା ।

୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ପଦବୀକୁ ବ୍ୟକ୍ତିଗତ ସଂପତି ମଣି ଆସୁଥିବା ନରେନ୍ଦ୍ର ମୋଦିଜୀ ୨୦୨୫ ମସିହା ସେପ୍ଟେମ୍ବର ୨୧ ତାରିଖ ଅପରାହ୍ଣ ୫ ଟାରେ ଦୂରଦର୍ଶନ ପରଦାରେ ‘ନାଗରିକ ଦେବୋ ଭବ’ କହି ୧୪୩ କୋଟି ଜନତାଙ୍କୁ ଦେବତାଙ୍କ ଆସନରେ ବସାଇ ଦେଇଛନ୍ତି ।

ବାଳୁତ ବୟସରେ ଗୁଜରାଟ ଷ୍ଟେସନରେ ଚା’ ବିକୁଥିବା ନରେନଙ୍କ ମନରେ ଦେଶ ବିକିବାର ସ୍ୱପ୍ନ ସେହିଦିନ ବସା ବାନ୍ଧିଲା ଯୋଉ ଦିନ ନରେନ୍ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ କାର୍ଯ୍ୟାଳୟର ସଭାପତିଙ୍କ କୋଠରୀରେ ଝାଡୁ ମାରିବା ଆରମ୍ଭ କଲେ ।

ଦୀର୍ଘ ଦିନର ସାଧନା ବଳରେ ସେଦିନର ନରେନ୍ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ଆସନରେ ବସିଲେ ମଧ୍ୟ ନରେନ୍ଦ୍ର ମୋଦୀ ତାଙ୍କର ପୁରୁଣା ଗୁଣଗୁଡ଼ିକୁ ଆଦୌ ଛାଡ଼ି ପାରିଲେନି ।

ଚା’ ବିକିବା ସମୟରେ ନରେନ୍ଦ୍ର ମୋଦୀ ଗରାଖଙ୍କ ନିକଟରୁ ଚା’ ବାବଦକୁ ପଇସା ଆଦାୟ କରୁଥିଲେ, ସେହି ପଇସା ଭିତରୁ କିଛି ଲୁଚାଇ ଲୁଚାଇ ନରେନ୍ଦ୍ର ତାଙ୍କ ଖଦଡ଼ ପ୍ୟାଂଟ ପକେଟରେ ରଖୁଥିଲେ ଯାହା ତାଙ୍କ ବାପା ଜାଣୁ ନଥିଲେ ।

ପିଲାଦିନର ସେହି ଅଭ୍ୟାସଟା ଏବେ ମଧ୍ୟ ମୋଦୀଙ୍କ ପାଖରେ ମହଜୁଦ ରହିଛି । ତା’ର ପ୍ରମାଣ ମୋଦିଜୀ ତାଙ୍କର ଦ୍ୱିତୀୟ ପାଳି ଟିକସ ସଂସ୍କାର ନୀତି ଘୋଷଣା ସମୟରେ ଦେଇଛନ୍ତି ।

୧୪୩ କୋଟି ଜନତାଙ୍କ ପାଇଁ ଜୀବନ ରକ୍ଷାକାରୀ ଔଷଧକୁ ଟିକସ ମୁକ୍ତ କରିଦେଲେ । ବିଳାସପୂର୍ଣ୍ଣ ଓ ଅବଗୁଣକାରୀ ସାମଗ୍ରୀ ଉପରେ ୪୦% ଜି ଏସ୍ ଟି ଲାଗୁ କରିଛନ୍ତି ।

ତମାଖୁ, ପାନ ମସଲା, କାର୍ବୋନେଟେଡ୍ ଡ୍ରିଙ୍କ୍, ବିଳାସମୟ ସାମଗ୍ରୀ ଯଥା ବଡ଼ କାର, ପୋତ, ବ୍ୟକ୍ତିଗତ ବିମାନଗୁଡ଼ିକ ଉପରେ ୪୦% ଜି ଏସ୍ ଟି ଲାଗୁ କରାଯାଇଛି ।

ଏତେସବୁ ଲୋକପ୍ରିୟ ଘୋଷଣା କରିବା ଭିତରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସକୁ ଜି ଏସ୍ ଟି ଅନ୍ତର୍ଭୁକ୍ତ କରିନାହାନ୍ତି ମୋଦିଜୀ ।

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ନିର୍ଦ୍ଧାରଣ ନୀତିକୁ ତୈଳ ବିଶୋଧନକାରୀ ସଂସ୍ଥା ମର୍ଜି ଉପରେ ଛାଡ଼ି ଦେଇ ନରେନ୍ଦ୍ର ମୋଦିଜୀ ତାଙ୍କର ପିଲାଦିନର ଚା’ ଦୋକାନରୁ ପଇସା ଚୋରି କରିବା ଅଭ୍ୟାସଟା ଏ ଯାଏ ତାଙ୍କ ମନରେ ସାଇତି ରଖିଥିବା କଥା ପରୋକ୍ଷରେ ସ୍ୱୀକାର କରିଛନ୍ତି ।