ପାଣିରେ ବୁଡ଼ିଲା ପାଚିଲା ଧାନ

ହାଟଡିହି: ପାଚିଲା ଧାନକୁ କାଟି ଚାଷୀ ବିଲରେ ପକାଇଥିଲେ। କିଛିଦିନ ପରେ ତାହାକୁ ଖଳାକୁ ନେଇ ଅମଳ କରିଥାନ୍ତେ। ହେଲେ ଏହା ପୂର୍ବରୁ ମେଗା ପାନୀୟଜଳ ପ୍ରକଳ୍ପର ପାଣି ପାଇପ୍ ଫାଟି ଚାଷଜମି ଜଳମଗ୍ନ ହେବା ସହ ପାଚିଲା ଧାନ ଭିଜିଯାଇଛି।

ଏହାକୁ ନେଇ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସୋସୋ ପଞ୍ଚାୟତ ସୋସୋ ଗ୍ରାମର ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।