ସୁରକ୍ଷିତ ଶିଳ୍ପ, ସୁଦୃଢ଼ ଓଡ଼ିଶା କର୍ମଶାଳା ଉଦଯାପିତ
ଶିଳ୍ପ ସଂସ୍ଥା, ଶିକ୍ଷାବିତ୍ ଏବଂ ଶ୍ରମ ବିଭାଗ ମିଳିତ ଭାବେ ଶିଳ୍ପ କ୍ଷେତ୍ରରେ ସୁରକ୍ଷା ନେଇ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଆହ୍ୱାନ
ନିରାପଦ ଶିଳ୍ପ ପାଇଁ ପ୍ରଯୁକ୍ତି, ନବସୃଜନ ଓ ନେତୃତ୍ୱ ଉପରେ ଗୁରୁତ୍ବ…
ଭୁବନେଶ୍ବର,(ସାକ୍ସୀ ନ୍ୟୁଜ୍): ଭୁବନେଶ୍ୱରସ୍ଥିତ କୃଷି ଭବନ ପ୍ରେକ୍ଷାଳୟରେ ଆଜି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନସ୍ଥ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ସୁରକ୍ଷିତ ଶିଳ୍ପ, ସୁଦୃଢ଼ ଓଡ଼ିଶା -ପ୍ରଯୁକ୍ତି, ନବସୃଜନ ଓ ଶିଳ୍ପ ସୁରକ୍ଷାରେ ଇତ୍କର୍ଷ” ଶୀର୍ଷକ ଏକଦିବସୀୟ କର୍ମଶାଳା ଉଦଯାପିତ ହୋଇଯାଇଛି। କର୍ମଶାଳାର ଉଦଯାପନୀ ଅବେଶନରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ ନିରାପଦ ଶିଳ୍ପ ପାଇଁ ପ୍ରଯୁକ୍ତି, ନବସୃଜନ ଓ ନେତୃତ୍ୱ ଉପରେ ଗୁରୁତ୍ବ ଦେଇଥିଲେ। ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଗଠନରେ ଶିଳ୍ପ ଅଭିବୃଦ୍ଧି ଗୁରୁତ୍ବ ବହନ କରୁଥିବା ବେଳେ ଶିଳ୍ପ ସଂସ୍ଥା, ଶିକ୍ଷାବିତ୍ ଏବଂ ଶ୍ରମ ବିଭାଗ ସମ୍ମିଳିତ ଭାବେ ଶିଳ୍ପ କ୍ଷେତ୍ରରେ ସୁରକ୍ଷା ନେଇ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଆହ୍ୱାନ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଥିଲେ, “ଶିଳ୍ପ ସୁରକ୍ଷାକୁ ଶିଳ୍ପ ସଂସ୍ଥା ଏବଂ ନିୟମ ପାଳନ ସୁନିଶ୍ଚିତ କରୁଥିବା ଅଧିକାରୀମାନେ ସର୍ବୋଚ୍ଚ ପ୍ରାଥମିକତା ଦେବା ଆବଶ୍ୟକ। ଆମେ ପ୍ରଣୟନ କରୁଥିବା ପ୍ରକ୍ରିୟା ଓ ସର୍ବୋତ୍ତମ ପ୍ରଥା, ସେଗୁଡ଼ିକର ପ୍ରଭାବଶାଳୀ ନିରୀକ୍ଷଣ ଏବଂ ସୁରକ୍ଷାକୁ ଦିଆଯାଉଥିବା ପ୍ରାଥମିକତା ପ୍ରତି ଆମକୁ ଅତ୍ୟନ୍ତ ସଚେତନ ହେବାକୁ ପଡ଼ିବ। ଏହି ସୁରକ୍ଷା ସଂସ୍କୃତିକୁ ସୁଦୃଢ଼ କରିବାର ଏକ ପ୍ରଭାବଶାଳୀ ଉପାୟ ହେଉଛି ପ୍ରତ୍ୟେକ ଆଲୋଚନା ଓ ସମୀକ୍ଷାରେ ସୁରକ୍ଷା ପ୍ରଦର୍ଶନକୁ ଏକ ଅବିଚ୍ଛେଦ୍ୟ ଅଂଶ କରିବା। ଫଳରେ ସୁରକ୍ଷା ରିପୋର୍ଟ ଶିଳ୍ପର ଅନ୍ୟାନ୍ୟ ପ୍ରଦର୍ଶନ ସୂଚକ ଭଳି ସମାନ ଗୁରୁତ୍ବ ପାରବ।” ସେ ଆହୁରି ମଧ୍ୟ କହିଥିଲେ, “ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି, ଶିଳ୍ପ କ୍ଷେତ୍ରରେ ଦୁର୍ଘଟଣା ଘଟିବା ସ୍ବାଭାବିକ ବା ଅନିବାର୍ଯ୍ୟ ବୋଲି ଥିବା ମାନସିକତାରୁ ଆମକୁ ବାହାରିବାକୁ ପଡ଼ିବ। ସୁରକ୍ଷାକୁ ଯଥେଷ୍ଟ ଧ୍ଯାନ ଓ ପ୍ରାଥମିକତା ନଦେବା ଯୋଗୁଁ ଅନେକ ଘଟଣା ଧୀରେ ଧୀରେ ସୃଷ୍ଟି ହେଉଥିବା ବ୍ୟବସ୍ଥାଗତ ତ୍ରୁଟିର ପରିଣାମ ହୋଇଥାଏ । ପ୍ରତ୍ୟେକ ଦିନ ଆମକୁ ନିଜକୁ ପଚାରିବାକୁ ହେବ ଯେ, ଆମେ କିପରି ଆମର ପ୍ରକ୍ରିୟା ଓ କର୍ମକ୍ଷେତ୍ରକୁ ଆହୁରି ସୁରକ୍ଷିତ କରିପାରିବା। ନିରନ୍ତର ଧ୍ୟାନ, ସୁଦୃଢ଼ ବ୍ୟବସ୍ଥା ଓ ସାମୂହିକ ଦାୟିତ୍ବ ମାଧ୍ଯମରେ ଆମେ ନିରାପଦ ଶିଳ୍ପ, ନିରାପଦ ପ୍ରକ୍ରିୟା ଏବଂ ଶେଷରେ ଓଡ଼ିଶାର ଏକ ଅକ ସୁଦୃଢ଼ ଶିଳ୍ପ ପରିବେଶ ଗଠନ କରିପାରିବା ବୋଲି ମୁଁ ନିଶ୍ଚିତ।” ଶିଳ୍ପ ସଂସ୍ଥା, ଶିକ୍ଷାବିତ୍ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମ ବିଭାଗ ସମ୍ମିଳିତ ଭାବେ ଶିଳ୍ପ କ୍ଷେତ୍ରରେ ସୁରକ୍ଷା ନେଇ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ପରାମର୍ଶ ଦେଇଥିଲେ ।
କର୍ମଶାଳାକୁ ଶ୍ରୀ ଡୋଜ୍ଜା ଭେଙ୍କଟ ସ୍ବାମୀ, ପ୍ରମୁଖ ଶାସନ ସଚିବ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଉଦ୍ଘାଟନ କରିଥିଲେ ଏବଂ ଉଦ୍ଘାଟନୀ ଅବେଶନରେ ଉପସ୍ଥିତ ଅତିଥ୍ ଓ ଅଂଶଗ୍ରହଣକାରୀଙ୍କୁ ସମ୍ବୋସ୍ତ କରିଥିଲେ। କର୍ମଶାଳାରେ ସୁରକ୍ଷିତ ଶିଳ୍ପ ପ୍ରଥାକୁ ପ୍ରୋତ୍ସାହନ ଦେବା ସହ ପ୍ରଯୁକ୍ତିଗତ ହସ୍ତକ୍ଷେପ, ନବସୃଜନ ଓ ପ୍ରଭାବଶାଳୀ ନେତୃତ୍ବ ମାଧ୍ଯମରେ ଶିଳ୍ପ ସୁରକ୍ଷା ମାନଦଣ୍ଡକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା ।
ପ୍ରଥମ ବୈଷୟିକ ଅବେଶନରେ ଲୁହା ଓ ଇସ୍ପାତ ଶିଳ୍ପରେ ପ୍ରଯୁକ୍ତିଗତ ହସ୍ତକ୍ଷେପ ମାଧ୍ୟମରେ ସୁରକ୍ଷା ବୃଦ୍ଧି, ଆଲୁମିନିୟମ୍ ସ୍ମେଲିଂରେ ଡିଜିଟାଲ୍ ହସ୍ତକ୍ଷେପ ଏବଂ କୋଇଲା ଭିଭିକ ତାପଜ ବିଦ୍ୟୁତ୍ କେନ୍ଦ୍ର (ସିଏଫ୍ଟିପିପି)ରେ ଶିଳ୍ପ ସୁରକ୍ଷା ବୃଦ୍ଧି ପାଇଁ ପ୍ରଯୁକ୍ତିର ବ୍ୟବହାର ଉପରେ ଆଲୋଚନା କରାଯାଇଥିଲା। ଟାଟା ଷ୍ଟିଲ୍ ଲିମିଟେଡ୍, ବେଦାନ୍ତ ଆଲୁମିନିୟମ୍ ମେଟାଲ୍ ଲିମିଟେଡ୍ ଏବଂ ଏନ୍ଟିପିସି ଲିମିଟେଡ୍ର ବିଶେଷଜ୍ଞମାନେ ପ୍ରଯୁକ୍ତି ଭିଭିକ ଶିଳ୍ପ ସୁରକ୍ଷା ପଦକ୍ଷେପ ସମ୍ପର୍କରେ ନିଜ ଅଭିଜ୍ଞତା ଓ ମତାମତ ରଖିଥିଲେ। ଦ୍ଵିତୀୟ ବୈଷୟିକ ଅଧିବେଶନରେ “ସୁରକ୍ଷିତ ଶିଳ୍ପ, ସୁଦୃଢ଼ ଓଡ଼ିଶା – ନେତୃତ୍ବ ମାଧ୍ଯମରେ ସୁଦୃଢ଼ୀକରଣ” ବିଷୟରେ ଆଲୋଚନା ହୋଇଥିଲା। ଏଥିରେ କାରଖାନାଗୁଡ଼ିକର ପରିବର୍ଷିତ ସ୍ବରୂପ ଏବଂ ତଦନୁଯାୟୀ ସୁରକ୍ଷା ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହି ଅବେଶନରେ ଷ୍ଟାର୍ଟଅପ୍ ଓଡ଼ିଶାର ଜଣେ ପ୍ରତିନିଧ୍ “ବନ୍ଭି: ଏନ୍ହାଡ ଏୟାର୍ ମୋବିଲିଟି” ଶୀର୍ଷକରେ ଏକ ଉପସ୍ଥାପନା ଦେଇ ନବୀନ ପ୍ରଯୁକ୍ତିଗତ ସମାଧାନ ସମ୍ପର୍କରେ ଅବଗତ କରାଇଥିଲେ ।
ଭବ ଯାପନୀ ଅବେଶନ ସହିତ ରାଜ୍ୟରେ ଶିଳ୍ପ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ନେଇ ଦିନବ୍ୟାପୀ ଚିନ୍ତନ, ଅଭିଜ୍ଞତା ଓ ମତବିନିମୟର ସମାପ୍ତି ଘଟିଥିଲା। ଏହି କର୍ମଶାଳାରେ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପ ପ୍ରତିନିଧ୍, ସୁରକ୍ଷା ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେଇ ପ୍ରଯୁକ୍ତି, ନବସୃଜନ ଓ ନେତୃତ୍ବ ମାଧ୍ଯମରେ ନିରାପଦ ଶିଳ୍ପ କର୍ମକ୍ଷେତ୍ର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। କର୍ମଶାଳାରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ, ଓଡ଼ିଶାର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଡଃ ଏମ୍.କେ. ପ୍ରଧାନ, ଉପନିର୍ଦ୍ଦେଶକ, କାରଖାନା ଓ ବାଷ୍ପିତ୍ର (ସୁରକ୍ଷା) ଏବଂ ଶ୍ରୀ ଅନିଲ କୁମାର ନନ୍ଦ, ସହକାରୀ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପିତ୍ର (ସୁରକ୍ଷା)ଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।