ତୁରନ୍ତ ଖାରକିଭ ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୟୁକ୍ରେନର ଖାରକିଭ ସହର ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି । ଏହା ମଧ୍ୟରେ ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି । ଦୂତାବାସ ୟୁକ୍ରେନର ଖାରକିଭ ସହରକୁ ତୁରନ୍ତ ଛାଡିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି । ୟୁକ୍ରେନରେ ଥିବା ଭାରତୀୟଙ୍କୁ ସନ୍ଧ୍ୟା ୬ଟା ସୁଦ୍ଧା ୟୁକ୍ରେନ ଛାଡିବାକୁ ପରାମର୍ଶ ଦିଆଯାଇଛି । ଖାରକିଭ୍‌ ଛାଡି ପେସୋରିନ, ବାବାୟେ ଓ ବେଜଲୁଡୋକା ଚାଲିଯିବାକୁ ୟୁକ୍ରେନରେ ଥିବା ଭାରତୀୟ ଦୂତବାସ ପରାମର୍ଶ ଦେଇଛନ୍ତି ।

ସେହିପରି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଖାରକିଭରେ ସ୍ଥିତି ବହୁତ ଖରାପ ରହିଛି । ତେଣୁ ସେଠାରେ ଯେତେ ଭାରତୀୟ ଛାତ୍ର ଏବଂ ନାଗରିକ ଅଛନ୍ତି ସେମାନେ ତୁରନ୍ତ ଖାରକିଭ ଛାଡି ଚାଲି ଯାଆନ୍ତୁ । ସୂଚନାଯୋଗ୍ୟ ଯେ, ପୂର୍ବରୁ କିଭ ଛାଡି ଚାଲିଯିବାକୁ ପରାମର୍ଶ ଦିଆଯାଇଥିଲା ।