ରୁଷର ଚେତାବନୀ: ତୃତୀୟ ବିଶ୍ୱଯୁଦ୍ଧ ପରମାଣୁ ବୋମାରୁ ହେବ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଥିବା ଯୁଦ୍ଧ ଦିନକୁଦିନ ଘାତକ ହେବାରେ ଲାଗିଛି । ଏଥିରେ ସୈନିକଙ୍କ ସମେତ ଅନେକ ରୁଷ ନାଗରିକ ପ୍ରାଣ ହରାଇଛନ୍ତି । ଏହାମଧ୍ୟରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଜଇ ଲବରୋବ ଏକ ବଡ ବୟାନ ଦେଇଛନ୍ତି । ରୁଷ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ଆକ୍ରମଣ କରିବ ବୋଲି ଧମକ ଦେଇଛନ୍ତି ।

ଅନ୍ୟପକ୍ଷରେ ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ଲଗାତାର ବୋମା ଏବଂ ମିସାଇଲ୍‌ ମାଡ କରି ଚାଲିଛି । ତେବେ ପରମାଣୁ ବୋମାର ବ୍ୟବହାର କରାଯିବ । ଆଉ ଏହା ସମ୍ପୂର୍ଣ୍ଣ ରୂପେ ବିନାଶକାରୀ ସାବ୍ୟସ୍ତ ହେବ । ଗତ ସପ୍ତାହ ୟୁକ୍ରେନ ବିରୋଧରେ ରୁଷିଆ ସ୍ୱତନ୍ତ୍ର ମିଲିଟ୍ରି ଅପରେସନ ଆରମ୍ଭ କରିଥିଲା । ଯଦି ୟୁକ୍‌ରେନ ନ୍ୟୁକ୍ଲିୟର ହଥିୟାର ହାସଲ କରିନିଏ ତେବେ ରୁଷିଆ ପାଇଁ ଏହା ଘାତକ ହେବ ।