ଆଇପିଏଲ ପ୍ରେମୀଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ଆଇପିଏଲ-୨୦୨୨ ଆସନ୍ତା ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ । ସେଥିପାଇଁ ବିସିସିଆଇ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ହୋଇଥିବା ବୈଠକରେ ଦର୍ଶକଙ୍କ ସଂଖ୍ୟାକୁ ନେଇ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୬ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ମୋଟ ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମକୁ ଆସିବାକୁ ଅନୁମତି ମିଳିବ । ଏପ୍ରିଲ ୧୫ ପରେ କରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତିକୁ ସମୀକ୍ଷା କରାଯିବ ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ, ଅନ୍ୟ ମନ୍ତ୍ରୀ ଏକନାଥ ସିନ୍ଦେ, ବିସିସିଆଇର କାର୍ଯ୍ୟକାରୀ ସିଇଓ ହେମାଙ୍ଗ ଅମୀନ, ମୁମ୍ବାଇ କ୍ରିକେଟ ଆସୋସିଏସନର ପ୍ରମୁଖ ଅଧିକାରୀଙ୍କ ସହ ଅନେକ ପ୍ରମୁଖ ଅଧିକାରୀ ବୈଠକରେ ସାମିଲ ହୋଇଥିଲେ ।