୨୦୨୩ ହକି ବିଶ୍ୱକପ୍ର ସମସ୍ତ ଅଂଶଗ୍ରହଣକାରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ଏଭଳି ପ୍ରତିଯୋଗିତା ଆୟୋଜନ କରି ଭାରତ ଗର୍ବିତ…
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶାରେ ହେଉଥିବା ୨୦୨୩ ହକି ବିଶ୍ୱକପ୍ରେ ସମସ୍ତ ଅଂଶଗ୍ରହଣକାରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଓଡିଶାରେ ୨୦୨୩ ହକି ବିଶ୍ୱକପ୍ ଆରମ୍ଭ ହୋଇଥିବାରୁ ସମସ୍ତ ଅଂଶଗ୍ରହଣକାରୀ ଦଳଙ୍କୁ ମୋର ଶୁଭେଚ୍ଛା । ଏହି ପ୍ରତିଯୋଗିତା କ୍ରୀଡ଼ାବିତଙ୍କ ଆବେଗକୁ ଆହୁରି ମଜବୁତ କରିବ ଏବଂ ଏହା ହକିର ସୁନ୍ଦର ଖେଳକୁ ଆହୁରି ଲୋକପ୍ରିୟ କରାଇବ । ଏଭଳି ପ୍ରତିଯୋଗିତା ଆୟୋଜନ କରି ଭାରତ ଗର୍ବିତ ।”